-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
22-May-2022
ନର୍ଲା (ସଞ୍ଜିବ ଦାସ)
ବିରଳ ବଜ୍ରକାପ୍ତା ସହ ଜଣେ ଅଭିଯୁକ୍ତକୁ ଧରିବାରେ ବନବିଭାଗ ସଫଳ ହୋଇଛି। କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ କେରାଣ୍ଡିଖୁଣ୍ଟି ଗ୍ରାମରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ନର୍ଲା ବ୍ଳକ ଅଧିନ ଟକର୍ଲା ଗ୍ରାମର ଜିତେନ୍ଦ୍ର କୁମାର ନାମକ ଜଣେ ବ୍ୟକ୍ତି ବଜ୍ରକାପ୍ତା ରଖିବା ଅଭିଯୋଗରେ ଜେରା କରାଯାଇଛି ଉଦ୍ଧାର ବଜ୍ରକାପ୍ତାର ଓଜନ ୧୩ କେଜି ଥିବା ଜଣାପଡିଛି।ଏସଡିଏଫ ଦଳ ପ୍ରଥମେ ଖବର ପାଇ ନର୍ଲା ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ। ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲ ସହ ଏସିଏଫ ଜିତେନ୍ଦ୍ର କୁମାର ସାହୁଙ୍କ ଦ୍ଵାରା ଏହାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଜେରା ପରେ କୋର୍ଟ ଚାଲାଣ ପାଇଁ ସୂଚନା ମିଳିଛି।