-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
22-May-2022
ନାକଟିଦେଉଳ(କନ୍ଦର୍ପ ବେହେରା) ନାକଟିଦେଉଳ ବ୍ଲକ୍ କିସିଣ୍ଡା ରେଞର ପଥରଗୁଡ଼ା ଗ୍ରାମରୁ ବନବିଭାଗ ୧୩୯ ବିଡ଼ା କେନ୍ଦୁପତ୍ର ଜବତ କରିଥିବା ଜଣାପଡ଼ିଛି ା
ବନବିଭାଗ ସୂତ୍ରରୁ ପ୍ରକାଶ ଯେ,କିସିଣ୍ଡା ରେଞର ପଥରଗୁଡ଼ା ଗ୍ରାମରେ ଗତକାଲି ରାତିରେ ଏକ ପିକ୍ଅପ୍ ରେ କେନ୍ଦୁପତ୍ର ଲୋଡ଼୍ ହେଉଥିବାର ବନବିଭାଗ ଖବର ପାଇ ଚଢ଼ଉ କରିଥିଲା ା ବନବିଭାଗକୁ ଦେଖି ଚୋରାବେପାରୀମାନେ ଫେରାର୍ ହେବାରେ଼ ସକ୍ଷମ ହୋଇଥିଲେ ା ବନବିଭାଗ ପିକ୍ଅପ୍ ଗାଡ଼ି (ଓଡ଼ି୧୫ପି ୧୧୮୫) କୁ ଜବତ କରି କିସିଣ୍ଡା ରେଞ ଅଫିସକୁ ଆଣିଥିଲେ ା ଚୋରା ବେପାରୀମାନେ ୧୩୯ ବିଡ଼ା କେନ୍ଦୁପତ୍ର ଗାଡ଼ିରେ ଲୋଡ଼୍ କରିଥିଲେ ା ଏହି ଚଢ଼ଉରେ କିସିଣ୍ଡା ରେଞ ଅଧିକାରୀ ସୁଶାନ୍ତ ବନ୍ଧ,କିସିଣ୍ଡା ଫରେଷ୍ଟର ସୁଜିତ୍ କୁମାର ପ୍ରଧାନ ତଥା ବନବିଭାଗର କର୍ମଚାରୀମାନେ ସାମିଲ୍ ହୋଇଥିଲେ ା ପଥରଗୁଡ଼ା ଗ୍ରାମର ଲୋକମାନେ ଜଙ୍ଗଲଜମି ପଟ୍ଟା ପାଇ ସେଠାରେ ବସତିସ୍ଥାପନ କରୁଥିବା ବେଳେ ସେମାନେ ଏ ଅଂଚଳରୁ ବହୁ ସମୟରେ ଜଙ୍ଗଲଜାତ ଦ୍ରବ୍ୟ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି ା ବନବିଭାଗ ଏକ ମାମଲା ରୁଜୁ କରି ଗାଡ଼ିକୁ ଜବତ କରିଛି ା