-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
22-May-2022
ବରଗଡ:-ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧିନସ୍ଥ ଖଳିଆପାଲି ପଞ୍ଚାୟତ ର ତେଣ୍ଡାପଦର ଗ୍ରାମ ଠାରେ ଷୋହଳ ପ୍ରହରୀ ନାମ ଯଜ୍ଞ ଉଦଯାପିତ ହୋଇଯାଇଅଛି।ଷୋହଳ ପ୍ରହର ନାମ ଯଜ୍ଞ ରେ ପ୍ରଥମେ କଳସ ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଷୋହଳ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଥିଲା।ପୁଜା କର୍ତ୍ତା ଭାବରେ ଶ୍ରଦ୍ଧାକର ବରିହା ଓ ତାଙ୍କ ଧର୍ମପତ୍ନୀ ବୈଦେହୀ ବରିହା ଓ ପୂଜକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ପୂଜାର୍ଚ୍ଚନା ସହ ନାମ ଯଜ୍ଞ କାର୍ଯ୍ୟ ନିର୍ବାହ କରିଥିଲେ।ତେଣ୍ଡାପଦର ଗ୍ରାମବାସୀ ଓ ପୂଜା କମିଟି ପକ୍ଷରୁ ସୂଚାରୁ ରୂପେ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ପ୍ରତ୍ୟେହ ଦିବସ ରେ ଭକ୍ତ ମାନଙ୍କ ପ୍ରବଳ ସମାଗମ ହୋଇଥିଲା ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ଓ ଜଳ ଛତ୍ର ବ୍ୟବସ୍ଥା କରାଯାଇଥିଲା