-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
13-May-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ମାନେଶ୍ଵର ବ୍ଲକ ବରଗାଁ ଛଚାନପାଲି ସ୍ଥିତ ରୁକ୍ମଣୀ ଲାଠ ବାଲ୍ ନିକେତନର ଅନ୍ତେବାସୀ ଦୁର୍ଗାରାଣୀଙ୍କ ଗୁରୁବାର ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଦୁର୍ଗାରାଣୀଙ୍କ ବିବାହ ଜମନକିରା ବ୍ଲକ ରେଙ୍ଗାଲବେଡ଼ା ନିବାସୀ ପୀତାମ୍ବର(ସୁମନ୍ତ)ଙ୍କ ସହ ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା I ତପସ୍ବିନୀ ଓ ଦିଲ୍ଲୀପ କନ୍ୟାଦାନ କରିଥିଲେ I ବିବାହ ଉତ୍ସବରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଆସିଷ୍ଟାଣ୍ଟ କଲେକ୍ଟର୍ ମିତାଲି ମଧୁସ୍ମିତା ଦଳେଇ, ମାନେଶ୍ଵର ପଞ୍ଚାୟତ ସମିତି ଅଧ୍ୟକ୍ଷା ରୁକ୍ମଣୀ ମହାନନ୍ଦ, ଜିଲ୍ଲାପରିଷଦ ଜୋନ୍-୨ ସଭ୍ୟା ଗୀତାଞ୍ଜଳି ପାଣ୍ଡେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ, ବରଗାଁ ସରପଞ୍ଚ ପ୍ରଭାସିନୀ ହୋତା, ଧମା ସରପଞ୍ଚ ଲଳିତା ପ୍ରଧାନ, ହୁମା ସରପଞ୍ଚ ଇଲାବତୀ ପୂଜାରୀ, ବାଲ୍ ନିକେତନର ଅଧ୍ୟକ୍ଷା ନଳିନୀ ପ୍ରଧାନ, ଭୁତାପଡା, ସମ୍ବଲପୁର ମଙ୍ଗଳା ମନ୍ଦିର କମିଟିର ପୂଜକ ମହେଶ୍ୱର ପଣ୍ଡା, ସଦସ୍ୟ ସରୋଜ ସାହୁ, ରସାନନ୍ଦ ବେହେରା, ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ I ନିକେତନର ସମ୍ପାଦକ ରାଧେକୃଷ୍ଣ ପଣ୍ଡା, ସଂଗ୍ରାମ ପ୍ରଧାନ, ହେମନ୍ତ ପ୍ରଧାନ, ସୁରଞ୍ଜିତ ବଡ଼ପଣ୍ଡା, ଉତ୍ତମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ I