-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ଟିଟିଲାଗଡ ପଞ୍ଚାୟତ ସମିତି ର ବିଚିତ୍ର ନିୟମ, ସରପଞ୍ଚ ମାନେ ପ୍ରତ୍ୟକ୍ଷ ଭାବରେ ରାସନ ସାମଗ୍ରୀ ବିତରଣ ରେ ହସ୍ତକ୍ଷେପ କରିପାରିବେ ନାହିଁ..

12-May-2022



ଟିଟିଲାଗଡ /ସିନ୍ଧେକେଲା: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ନବ ନିର୍ବାଚିତ ସରପଞ୍ଚ ମାନେ ବିଭିନ୍ନ ସମୟରେ ରାସନ ସାମଗ୍ରୀ ବଣ୍ଟନକୁ ନେଇ ଚର୍ଚ୍ଚାରେ ରହିଥିଲେ l ଅନେକ ସରପଞ୍ଚ ନିର୍ବାଚନ ସମୟରେ ଇସ୍ତାହାର ବି ଦେଇଥିଲେ ଯେ କ୍ଷମତା ବା ପଦବୀ କୁ ଆସିଲେ ସମସ୍ତ ସରକାରଙ୍କ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ପହଞ୍ଚାଇଵେ l  ନିର୍ବାଚନ ପରେ କେତେକ ସରପଞ୍ଚ ମାନେ ମଧ୍ୟ ରାସନ ସାମଗ୍ରୀ ବଣ୍ଟନକୁ ଜୋର ଦେଇ ପଂଚାୟତ କାର୍ଯ୍ୟାଳୟରେ ରାସନ ସାମଗ୍ରୀ ବିତରଣ ନ କରି ଗାଁ କୁ ଗାଁ, ପଡା କୁ ପଡା, ଏମିତି କି ଘର ଘର ବୁଲି ହିତାଧିକାରୀ ମାନଙ୍କୁ ଘର ଅଗଣାରେ ରାସନ ସାମଗ୍ରୀ ପହଞ୍ଚାଇ ସାମାଜିକ ଗଣ ମାଧ୍ୟମରେ ବେଶ ପ୍ରଶଂସା ସାଉଁଟିବାରେ ସତେ ଯେମିତି ପ୍ରତିଯୋଗିତା ଲାଗି ରହିଥିଲା l ହେଲେ ଏବେ ଏସବୁ ଉପରେ ଏକ ପ୍ରକାର ଅଙ୍କୁଶ ଲାଗିଛି l ପ୍ରତିବନ୍ଧକ ଲାଗିଛି l ଏଣିକି ଆଉ ସରପଞ୍ଚ ମାନେ ରାସନ ସାମଗ୍ରୀ ବିତରଣରେ ସିଧାସଳଖ ହସ୍ତକ୍ଷେପ କରିପାରିବେ ନାହିଁ l ଏମିତିକି ରାସନ ସାମଗ୍ରୀ ବଣ୍ଟନରେ ମଧ୍ୟ ଜଡିତ ହୋଇ ପାରିବେ ନାହିଁ l ଏମିତି ଏକ ଚରମବାଣୀ ଦେଇ ଟିଟିଲାଗଡ଼ ପଂଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ପତ୍ର ସଂଖ୍ୟା ୧୨୪୩ ତାରିଖ ୦୯.୦୫.୨୦୨୨  ରେ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ୨୪ ଗୋଟି ପଞ୍ଚାୟତ ର ସରପଞ୍ଚ ମାନଙ୍କ ନିକଟକୁ ପ୍ରେରଣ କରିଛନ୍ତି l ଉକ୍ତ ପତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ, ସରପଞ୍ଚ ମାନେ ରାସନ ସାମଗ୍ରୀ ବିତରଣ ରେ ଲିପ୍ତ କିମ୍ବା ହସ୍ତକ୍ଷେପ କରି ପାରିବେ ନାହିଁ l ପୂର୍ବରୁ ସରପଞ୍ଚ ମାନଙ୍କୁ ବିଭିନ୍ନ ପେନସନ ଯୋଜନା ରୁ ଦୁରେଇ ରଖା ଯାଇଥିବା ବେଳେ ପଞ୍ଚାୟତ ରେ କାହାକୁ ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ବିଧବା ଭତ୍ତା,ସମେତ ଅନେକ ପେନସନ ଯୋଜନା ରେ କିଏ କିଏ ସାମିଲ ହୋଇଛନ୍ତି, କେଉଁ ମାନେ ପେନସନ ପାଉଛନ୍ତି ସେ ସବୁ କାର୍ଯ୍ୟକ୍ରମ ରୁ ସରପଞ୍ଚ ମାନଙ୍କୁ ଦୁରେଇ ରଖୁଥିବା ବେଳେ ପରବର୍ତ୍ତୀ ସମୟରେ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ରୁ ସରପଞ୍ଚ ମାନଙ୍କ ଭୂମିକା କୁ ଗୌଣ କରାଯାଇଥିବା ଅଭିଯୋଗ ଉଠିଥିଲା l ପଞ୍ଚାୟତ ରେ କିଏ ପକ୍କା ଘର ଯୋଜନା ରେ ସାମିଲ ହେବେ ତାହା ପଞ୍ଚାୟତ ର ଗାଁ ସାଥି ଠୁ ନେଇ ଗ୍ରାମ ସେବକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୃକ୍ତି ହୋଇ ପାରିବେ ଅଥଚ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିଥିବା ଜନପ୍ରତିନିଧି ସରପଞ୍ଚ ଙ୍କୁ ଏହି ସମସ୍ତ ଯୋଜନା ରେ ପ୍ରତ୍ୟକ୍ଷ ଭାବରେ ସାମିଲ ହେବା ନେଇ ଏକ ପ୍ରକାର କଟକଣା ରହିଥିବା ବେଳେ ଏବେ ରାସନ ସାମଗ୍ରୀ ବଣ୍ଟନ ରେ ବି ସରପଞ୍ଚ ମାନଙ୍କ ଉପରେ କଟକଣା ଲଗାଇବା ନେଇ ସରପଞ୍ଚ ସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ପଞ୍ଚାୟତ ରେ ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହେଉ ବା କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ଜନହିତକର ଯୋଜନା ହେଉ ସମସ୍ତ କାର୍ଯ୍ୟକ୍ରମ ରେ ସରପଞ୍ଚ ଙ୍କ ଭୂମିକା ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ରହିବା କଥା ବୋଳି ଟିଟିଲାଗଡ଼ ସରପଞ୍ଚ ସଂଘ ସଭାପତି ବିରବର ସାହୁ କହିଛନ୍ତି l ଯଦି ସମସ୍ତ ଯୋଜନା ମାନଙ୍କରୁ ସରପଞ୍ଚ ମାନଙ୍କୁ ଦୁରେଇ ଦିଆଯାଏ ତା ହେଲେ ସରପଞ୍ଚ ପଦରେ ରହି କଣ କରିବେ ବୋଳି ପ୍ରଶ୍ନ କରିବା ସହ ପଞ୍ଚାୟତ ସମିତି ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ପତ୍ର କୁ ପ୍ରତ୍ୟାହାର ନ କରନ୍ତି ତା ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବା ସହ ଏହାର ପରିଣାମ ବ୍ଲକ ପ୍ରଶାସନ ଭୋଗିବେ ବୋଳି ଚରମ ଚେତାବନୀ ଦେଇଛି ସରପଞ୍ଚ ସଂଘ l ପୂର୍ବର ଅନେକ ଯୋଜନା ରୁ ସରପଞ୍ଚ ମାନଙ୍କୁ ଦୁରେଇ ରଖିବାରୁ ଅନେକ ପ୍ରକାର ଅରାଜକତା ସହ ହେରଫେର ହୋଇଥିଲା। ତେବେ ଦୁର୍ନୀତି କୁ ଜାଣିଶୁଣି ପଞ୍ଚାୟତ ସମିତି ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିବା ସହ ଏହାର ପୁନଃ ବିଚାର କରିବା ଏବଂ ସରପଞ୍ଚ ମାନଙ୍କୁ ପଞ୍ଚାୟତ ରେ କାର୍ଯ୍ୟ କରିବାର ସ୍ୱାଧୀନ କ୍ଷମତା ଦେବା ପାଇଁ ଦାବୀ ହୋଇଛି l ପଞ୍ଚାୟତ ମାନଙ୍କରେ କୌଣସି ଅଭାବ ଅସୁବିଧା ହେଲେ ଲୋକେ ସରପଞ୍ଚ ମାନଙ୍କ ପାଖକୁ ଆସି ଫେରାଦ ହେଉଛନ୍ତି, ଅଭିଯୋଗ କରୁଛନ୍ତି l ଏମିତି ସ୍ଥଳରେ ସରପଞ୍ଚ ମାନଙ୍କ ଉପରେ ଲକ୍ଷ୍ମଣ ରେଖା ଟାଣିବା ଅର୍ଥ ପଞ୍ଚାୟତ ମାନଙ୍କରେ ଅଫିସର ରାଜ ଚାଲିବା ଯାହାକୁ ତୀବ୍ର ନିନ୍ଦା କରିଛି ଟିଟିଲାଗଡ଼ ବ୍ଲକ ସରପଞ୍ଚ ସଂଘ l ସରପଞ୍ଚ ମାନଙ୍କୁ କୌଣସି ପ୍ରକାର କ୍ଷମତା ପ୍ରଦାନ କରାଯାଉନାହିଁ l କେବଳ ଜିଆରଏସ, ଇ.ଓ, ମାନେ ସର୍ବେ ସର୍ବା ପାଲଟିଥିବାରୁ ଆଜି ମନରେଗା ଯୋଜନା ମଧ୍ୟ ଅନେକ ସ୍ଥାନରେ ବାଟବଣା ହେବାରେ ଲାଗିଛି l ତେବେ ଏନେଇ ସରପଞ୍ଚ ସଂଘ ର ଏକ ପ୍ରତିନିଧି ମଣ୍ଡଳ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏକ ଅଭିଯୋଗ ପତ୍ର ଦେଇଥିଲେ। ଏବଂ ଟିଟିଲାଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ କରି ଜାରି କରିଥିବା ପତ୍ର କୁ ପ୍ରତ୍ୟାହାର କରିବା ପାଇଁ ସଂଘ ଦାବୀ କରିଛି l  ପଞ୍ଚାୟତ ଗୁଡିକରେ ଯୋଗାଣ ସହାୟକ ମାନଙ୍କୁ ଆହୁରି ଦୁର୍ନୀତି କରିବା ତଥା ଦୁର୍ନୀତି ରେ ଲିପ୍ତ ରହିବା ପାଇଁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି l ପ୍ରତି ପଞ୍ଚାୟତ କୁ ଶହ ଶହ କୁଇଣ୍ଟାଲ ରାସନ ସାମଗ୍ରୀ ଆସୁଛି l ଏବଂ ପ୍ରତି କୁଇଣ୍ଟାଲ ପିଛା ବସ୍ତା ଏବଂ ଅନ୍ୟାନ୍ୟ ବାବଦକୁ ପାଖାପାଖି ଶହେ ଟଙ୍କା ପଂଚାୟତ କୁ ମିଳିଥାଏ l ରାସନ ସାମଗ୍ରୀ ବିତରଣ ପରେ ଯୋଗାଣ ସହାୟକ ସମସ୍ତ ଟଙ୍କା କୁ ବ୍ୟାଙ୍କ ରେ ଜମା କରିବା ସହ ପଂଚାୟତ ର ଅନେକ କାର୍ଯ୍ୟ ରେ ଉକ୍ତ ଅନୁଦାନ ଖର୍ଚ୍ଚ ହେବା କଥା, ସେହି ପାଣ୍ଠିରୁ ପଞ୍ଚାୟତ ର ୱାଚର କିମ୍ବା ଅନ୍ୟନ୍ୟ କର୍ମଚାରୀ ମାନଙ୍କୁ ଦରମା ବାବଦକୁ ଅର୍ଥ ଯୋଗାଇଦେବା କଥା l ହେଲେ ବ୍ଲକ ଯୋଗାଣ ଅଧିକାରୀ ଏବଂ ପଂଚାୟତ

ଯୋଗାଣ ସହାୟକ ମିଶି ସମସ୍ତ ଟଙ୍କା ମାନଙ୍କୁ ହେର ଫେର କରୁଥିବା ବେଳେ ଯୋଗାଣ ସହାୟକ ମାନେ ମଧ୍ୟ ପଞ୍ଚାୟତ ରାସନ ବାବଦକୁ ଆସୁଥିବା ଅର୍ଥ ନିଜ ଘରେ ରଖି ନିଜ ଘରୋଇ ବ୍ୟାପାର ରେ ବିନିଯୋଗ କରୁଥିବା ସରପଞ୍ଚ ସଂଘ ର ସଭାପତି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି l ଘଣ୍ଟବାହାଲି ପଞ୍ଚାୟତର ସରପଞ୍ଚ ଙ୍କ ଅଭିଯୋଗ ଅନୁଯାୟୀ ଗତ ଏକ ବର୍ଷ ର ଅନୁଦାନ ଯୋଗାଣ ସହାୟକ ଦେଇ ପାରୁ ନ ଥିବା ବେଳେ ଏକ ବର୍ଷ ଧରି ରାସନ ବାବଦକୁ ଟଙ୍କା ଟିଏ ବି ବ୍ୟାଙ୍କ ରେ ଜମା କରି ନ ଥିବା ବିଷୟ ଟିଟିଲାଗଡ଼ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ସାମ୍ନା କୁ ଆଣିଥିଲେ l ପଞ୍ଚାୟତ ର ଅର୍ଥ କୁ ବ୍ୟାଙ୍କ ରେ ଜମା ନ କରି କିଭଳି ଭାବରେ ନିଜ ପାଖରେ ଜମା ରଖୁଛନ୍ତି ଏବଂ ବ୍ୟାଙ୍କ ଠାରୁ ପାଇବାକୁ ଥିବା ଲାଭାଂଶ ପଞ୍ଚାୟତ ହରାଉଥିବା ଅଭିଯୋଗ କରିଛନ୍ତି l କେବଳ ଘଣ୍ଟବାହାଳୀ ପଞ୍ଚାୟତ ନୁହେଁ ଅନେକ ପଞ୍ଚାୟତ ମାନଙ୍କରେ ଏବେ ନୁତନ ସରପଞ୍ଚ ମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ତଥା ରେକର୍ଡ ପତ୍ର ହସ୍ତାନ୍ତର ହୋଇ ନାହିଁ l ଅନେକ ସରପଞ୍ଚ ପଂଚାୟତ ରେ ଆୟ ବ୍ୟୟ ସମ୍ପର୍କିତ, ବିଭିନ୍ନ ପେନସନ, ଉନ୍ନୟନ ଯୋଜନା ସମ୍ପର୍କିତ ବିଳବୁକ ତଥା ରେଜିଷ୍ଟର ଦେବା ପାଇଁ କହି ଆସୁଥିଲେ ମଧ୍ୟ ଅନେକ ସ୍ଥାନରେ ନୃତନ ସରପଞ୍ଚ ମାନଙ୍କୁ ସମସ୍ତ ରେଜିଷ୍ଟର ମିଲି ପାରିନାହିଁ l ଏମିତି ସ୍ଥଳେ ସରପଞ୍ଚ ମାନଙ୍କ ଉପରେ କଟକଣା ଜାହିର କରି ବ୍ଲକ ଯୋଗାଣ ଅଧିକାରୀ ଏବଂ ପଞ୍ଚାୟତ ଯୋଗାଣ ସହାୟକ ମାନଙ୍କୁ ପରୋକ୍ଷରେ ସମର୍ଥନ ଦେବା ପଛରେ ଟିଟିଲାଗଡ଼ ବିଡ଼ିଓ ଙ୍କ କେଉଁ ସ୍ୱାର୍ଥ ସାଧନ ହେଉଛି ବୋଳି ସରପଞ୍ଚ ସଂଘ ପ୍ରଶ୍ନ କରିଛି l ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସଂଘ ସମ୍ପାଦକ ନରେଶ ଅଗ୍ରୱାଲ, ପୁଷ୍ପା ମହନନ୍ଦ, ଯମୁନା ମହାନନ୍ଦ,ଗୋପାଳ ତାଣ୍ଡି, ମିଲି ସାହୁ, ଜ୍ୟୋସ୍ନା ସାହୁ, ହୃଷିକେଶ ବାଗ, ଯୁଗଳ କିଶୋର ସାହୁ, ଯାଜ୍ଞସେନୀ ସାହୁ, ବୈଦେହୀ ମହାନନ୍ଦ, ଚିନ୍ତା ମଣି ସୁନା, ହରିହର କଟା, ପୃଥ୍ୱୀରାଜ ଚିନାଗୁନ, ରୁପ ଧର ଘିବେଲା ସରପଞ୍ଚଙ୍କ ପ୍ରତିନିଧି ମାନଙ୍କ ମଧ୍ୟରେ ବିକାଶ ପାଣିଗ୍ରାହୀ,ନିମାଇ ବେହେରା, କୃଷ୍ଣ ହାତୀ ସମେତ ଅନେକ ସରପଞ୍ଚ ଏବଂ ସେମାନଙ୍କ ପ୍ରତିନିଧି ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like