-+91-9937148622 |
prerana_bgr@rediffmail.com |
Tuesday 28th July 2026 |
R.N.I. Regd No. ODIODI/2010/46693
Breaking News
11-May-2022
ବଲାଙ୍ଗିର (ପ୍ରେରଣା ଖବର) : ରାଜନୀତି ବିଜ୍ଞାନର ଗବେଷକ ତଥା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଝାରବନ୍ଧର ଅଧ୍ୟାପକ ଶ୍ରୀ ଖ୍ୟାତିମୟ ତ୍ରିପାଠୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସଂମାନଜନକ ଡକ୍ଟରେଟ ଉପାଧି ଲାଭ କରିଛନ୍ତି l
Political Communication and its Representation in hindi cinema: A study of select Hindi Movies. ଶୀର୍ଷକ ରେ ଗଭୀର ଗବେଷଣା କରି ଓ ସନ୍ଦର୍ଭ ଲେଖି, ସହ ପ୍ରାଧ୍ୟାପକ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଓ ଲୋକପ୍ରଶାସନ ବିଭାଗର ମୁଖ୍ୟ ଡ଼ଃ ସତ୍ୟ ପ୍ରକାଶ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେ ଏହି ଉପାଧି ପ୍ରାପ୍ତ କରିଛନ୍ତି lଶ୍ରୀ ତ୍ରିପାଠୀ ଅବସର ପ୍ରାପ୍ତ ମସ୍ୟସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ରଘୁନାଥ ତ୍ରିପାଠୀ ଓ ଶ୍ରୀମତୀ ଚାରୁଶୀଳା ତ୍ରିପାଠୀ ଙ୍କ କନିଷ୍ଠ ପୁତ୍ର l
ସମ୍ପ୍ରତି ସେ ଝାରବନ୍ଧ ଡିଗ୍ରୀ କଲେଜ ରେ କାର୍ଯ୍ୟରତ l ବିଭିନ୍ନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ସହିତ ସେ ଜଡିତ, ଗଳ୍ପ, କବିତା, ପ୍ରବନ୍ଧ ଲେଖିବା ସହିତ ଦର୍ଶନଶାସ୍ତ୍ର ପ୍ରତି ତାଙ୍କର ଗଭୀର ରୃଚି ରହିଛି l ଏହି ସଫଳତା ପାଇଁ ନିଜର ତତ୍ୱାବଧାରକ ଡ଼ଃ ଦାଶ, ସନ୍ଦର୍ଭ ର ଦୁଇ ପରୀକ୍ଷକ,ଅନୁପମ ଶର୍ମା ଓ ଅରୁଣକାନ୍ତି ଜାନା ପାରିବାର ର ସଦସ୍ୟ, ସମ୍ପର୍କୀୟ, ସହପାଠୀ ତଥା ଶୁଭଚିନ୍ତକ ମାନଙ୍କୁ ଧନ୍ୟବାଦ ଜଣେଇଛନ୍ତି l ଆଗକୁ ଭାରତୀୟ ରାଜନୀତିରେ ଏକ ସେବା ମନଯୋଗୀ ପରିବର୍ତ୍ତନ ଦେଖିବାକୁ ଚାହାଁନ୍ତି ବୋଲି ତାଙ୍କ ପ୍ରତିକ୍ରିୟା ରେ ସେ କହିଛନ୍ତି l