-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
11-May-2022
ପାଟଣାଗଡ଼ (ରୁପେନ୍ଦ୍ର ମୁଣ୍ଡା) : ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଦୁଇ ଦିନ ହେବ ଲଗାତାର ଭାବରେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ବିଧାୟକ ଶ୍ରୀ ମେହେର ପାଟଣାଗଡ ରାମପାଲିଠାରେ ନିର୍ମାଣ ହେଉଥିବା ଅଣୁଜୈବସାର ବିଶୋଧନ କେନ୍ଦ୍ରକୁ ଯାଇ ତଦାରଖ କରିବା ସହ ଆବଶ୍ୟକ କାର୍ଯ୍ୟ ଉପରେ କିପରି ଭାବରେ ଯଥା ପ୍ରକ୍ରିୟାକରଣ ହେବ ତାହାରି ଅନୁଧ୍ୟାନ କରିଥିଲେ । ପରେ ବିଧାୟକ ଶ୍ରୀ ମେହେର ଫେରିବା ବାଟରେ ରାମପାଲି ସ୍ଥିତ ଅନ୍ୱେଷା ଛାତ୍ରୀନିବାସକୁ ଅଚାନକ ପରିଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ସହରାଞ୍ଚଳ ଶିକ୍ଷା ଯୋଜନାରେ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ଇଂରାଜୀ ସ୍କୁଲରେ ପାଠପଢ଼ିବା ନାଇଁ ରହିବା ଖାଇବାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଅନ୍ୱେଷା ଛାତ୍ରୀନିବାସ ଆଦିବାସୀ ଛାତ୍ରଛାତ୍ରୀ (ଅନ୍ତେବାସୀ)ଙ୍କ ସହିତ ବିଧାୟକ ଶ୍ରୀ ମେହେର କିଛି ସମୟ ଭାବ ଆଦାନ ପ୍ରଦାନ ସହ କିଛି ସମୟ ବିତାଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ା ସହ ଖାଦ୍ୟ, ସ୍ୱଚ୍ଛ ପାନୀୟଜଳ ବିଷୟରେ ଛାତ୍ରୀନିବାସ ଦାୟିତ୍ୱରେ ଥିବା ୱାର୍ଡେନଙ୍କୁ ପଚାରି ବୁଝିଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଏକ ଉଚ୍ଚ ପାଣି ଟାଙ୍କି ଓ ପାଣିଫିଲଟର ନିଜ ବିଧାୟକ ପାଣ୍ଠିରୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।