-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
09-May-2022
ବଲାଙ୍ଗିର(ପ୍ରେରଣା ଖବର) - ଲାଲଟିକ୍ରା ସ୍ଥିତ ସଂଜୟ ମହାକୁରଙ୍କର ବାସଭବନରେ ଡୁମାଳ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିର ର ଏକ ସାଧାରଣ ବୈଠକ ସଂଜୟ କୁମାର ମହାକୁରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ପରିଷଦର କିପରି ଏକ ମାହେଶ୍ୱରୀ ଭବନ ନିର୍ମାଣ ହେବ ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ମଲିଆ ଗଡୁଆ ସାଧାରଣ ସମ୍ପାଦକ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ଏବଂ ନିଜସ୍ୱ ମତ ସଭାରେ ଉପସ୍ଥାପନ କରିଥିଲେ । ଏହି ଆଲୋଚନାରେ ବରିଷ୍ଠ ସଭ୍ୟ ଶମ୍ଭୁ ପ୍ରସାଦ କଣ୍ଟ, ଖୁସିରାମ ଚାଉଲିଆ, ଜୀବନ କରନ ଓ ବୃନ୍ଦାବନ ମହାକୁର ଉପସଭାପତି, ଗୋପାଳ ଚନ୍ଦ୍ର
ମହାକୁର, କୋଷାଧ୍ୟକ୍ଷ ନାରାୟଣ ପ୍ରସାଦ ଡାଙ୍ଗ, ଉଚ୍ଚାଟନନ୍ଦ ମହାକୁର, ଚୁଡାମଣି କଲତା, ଭିକାରି ଚରଣ କର୍ମି, ବୁଡୁ କରନ, ଦିନବନ୍ଧୁ ଡାଙ୍ଗ, ଯପବନ୍ଧୁ କମ୍ପ, ଥବିର କର୍ମି ସଭାପତି ମାହେଶ୍ୱରୀ ସେନା, ରାଧେଶ୍ୟାମ ଗଡୁଆ ଉପଦେଷ୍ଟା ଓ ଭୋନାଥ ଗୁରାଣ୍ଡି ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ମତ ପ୍ରଦାନ କରିଥିଲେ । ଆସନ୍ତା ଅଗଷ୍ଟ ମାସ ଦ୍ୱିତୀୟ ରବିବାର ଦିନ ଦିବା ଘ.୧୦ ସମୟରେ ଏକ ସାଧାରଣ ସଭା କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ମେଧାବି ତଥା ଗରିବ ଛାତ୍ର ଛାତ୍ରୀମାନଙ୍କୁ ଚିହ୍ନଟ କରି ଆର୍ଥିକ ସାହାଯ୍ୟ ପ୍ରଦାନ ନିମିତ୍ତ ସଭାରେ ଆଲୋଚନା କରାଯାଇଥିଲା । ଭରତ ମହାକୁର ଯୁଗ୍ମ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।