-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||     

HOME   ଜିଲ୍ଲା

୪୩,୪୮୯ଜଣ ମାଟ୍ରିକ ପରୀକ୍ଷାର୍ଥୀ ଗଲେ କୁଆଡ଼େ, ୧୦ ସୁଦ୍ଧା ସ୍କୁଲୱାରି ହିସାବ ଦିଅ- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ

09-May-2022



ଭୁବନେଶ୍ୱର//ଚଳିତବର୍ଷ ମାଟ୍ରିକ ପରୀକ୍ଷା(ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ) ରୁ ୪୩୪୮୯ଜଣ ପିଲା ଅନୁପସ୍ଥିତ ଥିବା ନେଇ କିଛିଦିନର ତୁତୁମେମେ ପରେ ଆଜି ରାଜ୍ୟ ସରକାରଙ୍କ ଚେତା ପଶିଛି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ଏନେଇ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ୪୩,୪୮୯ଜଣ ଛାତ୍ରଛାତ୍ରୀ କାହିଁକି ପରୀକ୍ଷା ଦେଉନାହାନ୍ତି ଓ କେଉଁ ସ୍କୁଲରୁ କେତେ ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ୧୦ଦିନ ମଧ୍ୟରେ ସେ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍କୁଲ ଓ ଗଣଶିକ୍ଷା ସଚିବ ଶ୍ରୀ ଵିଷ୍ନୁପଦ ସେଠୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷା(ଦ୍ୱତୀୟ ସମେଟିଭ୍ ଆସେସମେଣ୍ଟ)ରେ ୪୩୪୮୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା ଜଣାପଡ଼ିଛି । ଚଳିତବର୍ଷ ଏତେ ପରିମାଣର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିବା ନିଶ୍ଚିତ ଭାବେ ଉଦବେଗର ବିଷୟ । ମୟୂରଭଞ୍ଜ, ଗଞ୍ଜାମ ଓ ବଲାଙ୍ଗିର ଭଳି ଜିଲ୍ଲାରେ ଏହି ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ । ଯାହା ଜଣାପଡ଼ୁଛି ଏହି ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ ପ୍ରଥମ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଦେଇଛନ୍ତି ଓ ଫର୍ମ ପୂରଣ ମଧ୍ୟ କରିଛନ୍ତି । ତେବେ ଫର୍ମ ପୂରଣ ସତ୍ତ୍ୱେ ଏହି ପିଲାମାନେ କାହିଁକି ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଦେଲେନି ତାହା ବୁଝାପଡ଼ୁନି । ଏହି ପିଲାମାନେ କାହିଁକି ପରୀକ୍ଷା ଦେଲେନି ତା’ର କାରଣ ଖୋଜାଯିବା ଦରକାର । ସ୍କୁଲୱାରି ତଥ୍ୟ ବିଶ୍ଲେଷଣ କଲେ ହିଁ ଏହି କାରଣ ଜଣାପଡ଼ିବ । ତେଣୁ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ସ୍କୁଲୱାରି ପରୀକ୍ଷାର୍ଥୀଙ୍କ ସଂଖ୍ୟା ଓ କାରଣ ଆସନ୍ତା ୧୦ଦିନ ମଧ୍ୟରେ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ଶ୍ରୀ  ଵିଷ୍ନୁ ପଦସେଠୀ ରାଜ୍ୟ ର  ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଚଳିତବର୍ଷ ମୋଟ ୫ଲକ୍ଷ ୮୫ହଜାର ୭୩୦ଜଣ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଏଥିରେ ୪୪୪୩ଜଣ ମଧ୍ୟମା ଓ ୯୩୭୮ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଛନ୍ତି । ମାଟ୍ରିକ ପରୀକ୍ଷା ପାଇଁ ମୋଟ ୩୫୪୦ଟି କେନ୍ଦ୍ର ଓ ୩୧୫ଟି ନୋଡାଲ କେନ୍ଦ୍ର କରାଯାଇଛି । ତେବେ ମାଟ୍ରିକ ପରୀକ୍ଷାରେ ୪୩ହଜାରରୁ ଅଧିକ ପିଲା ଅନୁପସ୍ଥିତ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ନିଜ ମୁଣ୍ଡରୁ ଦୋଷ ଖସାଇ ଯେଉଁ ପିଲାମାନେ ଫର୍ମ ପୂରଣ କରିଛନ୍ତି ସେମାନଙ୍କ ପରୀକ୍ଷା ପାଇଁ ବୋର୍ଡ ବ୍ୟବସ୍ଥା କରିଛି ବୋଲି କହିଥିଲା । ପରୀକ୍ଷା କାହିଁକି ପିଲାମାନେ ଦେଉନାହାନ୍ତି ତାହା ସ୍କୁଲ ଓ ଗଣଶିକ୍ଷା ବିଭାଗ କହିପାରିବ ବୋଲି ପରୋକ୍ଷରେ ଇସାରା ଦେଇଥିଲା ।

(ବଲାଙ୍ଗୀର ଜିଲ୍ଲାରୁ  ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026

You Might Also Like