-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
08-May-2022
ବଲାଙ୍ଗିର,(ପ୍ରେରଣା ଖବର) ମାହେଶ୍ୱରୀ ସଂଗଠନ ଦ୍ୱାରା ଶିକ୍ଷାନୁଷ୍ଠାନରେ ର୍ୟାଗିଂ ଏକ ବ୍ୟାଧୀ ଓ ଏହାର ନିଧାନ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ବକ୍ତା ଭାବରେ ବିଭିନ୍ନ କ୍ଷେତ୍ରରୁ ଯଥା ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର୍ର, ମନୋସ୍ତତ୍ତ୍ୱ ବିଜ୍ଞାନର ଅଧ୍ୟାପିକା ସୁନନ୍ଦନୀ ଦାସ ଓ ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଷୀ ଆଲୋଚକ ଭାବେ ଯୋଗ ଦେଇଥିଲେ । ମେଡିକାଲ କଲେଜରେ ହେଇଥିବା ର୍ୟାଗିଂ
କୁ କେନ୍ଦ୍ର କରି ବକ୍ତାମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ର୍ୟାଗିଂ ଗୋଟିଏ ଜିଲ୍ଲାର ସମସ୍ୟା ନୁହ ସାରା ଓଡିଶା ତଥା ଭାରତ ବର୍ଷରେ ଏହା ଏକ ବଡ ସମସ୍ୟା । ଏହି ଆଲୋଚନା ଚକ୍ରରେ ମାହେଶ୍ୱରୀ ସଂଗଠନର ଉପଦେଷ୍ଟା ଦିନେଶ ଶର୍ମା, ବ୍ୟାସଦେବ ନନ୍ଦ ଉପସ୍ଥିତ ଥିଲେ । ସ୍ୱାଗତ ଭାଷଣ ମାହେଶ୍ୱରୀ ମହିଳା ଶାଖାର ସଦସ୍ୟା ବିଷ୍ଣୁପ୍ରିୟା ପାଣି ଦେଇଥିଲେ । ସଭା ପରିଚାଳନା ସଂଗଠନର ନିର୍ଦ୍ଦେଶ ଅଙ୍କୁଶ ପାଣ୍ଡିଆ କରିଥିଲେ । ସଂଗଠନର ଉପଦେଷ୍ଟା ଲଳିତ ସାହୁ ଧନ୍ୟବାଦ ଦେଇଥିଲେ ।