-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||     

HOME   ଜିଲ୍ଲା

ଜିଲ୍ଲା ରେଡ଼କ୍ରସ ତରଫରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ -

08-May-2022



ସୁବର୍ଣ୍ଣପୁର,:  ଆଜି ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ଶାଖା ତରଫରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶଙ୍କ ନେତୃତ୍ୱ ରେ ସୋନପୁର କଲେଜର ଏନ୍. ସି.ସି. କ୍ୟାଡେଟ ତଥା ଇନ୍ଫିନିଟୀ ଆଥେଲେଟିକ ଆସୋସିଏସନର ପିଲାମାନଙ୍କୁ ନେଇ ସକାଳ ୭ ଘଟିକା ସମୟରେ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ବ୍ଲକ୍ ଛକ ଠାରୁ ବାହାରି ପୁରୁଣା ଟାଉନ୍ ହଲ ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ, ଶୋଭାଯାତ୍ରା ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ରେଡକ୍ରସ ର  ଶ୍ରୀମତୀ ଇପ୍ସିତା ମିଶ୍ର, ଉପ ସଭାପତି ଶ୍ରୀଯୁକ୍ତ ଗୌରିଶ୍ୟାମ ପଣ୍ଡା, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ହୋତା, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଲକ୍ଷ୍ମଣ ଭୋଇ, ଆଜୀବନ ସଦସ୍ୟ ଉମାକାନ୍ତ ନାଗ, ଅମ୍ବୁଜ ବିହାରୀ ଶତପଥି, ଗତିକୃଷ୍ଣ ମିଶ୍ର, ଜୁନିଅର ରେଡକ୍ରସ ର ବିଭିନ୍ନ କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇଥିଲେ। ପୁରୁଣା ଟାଉନ୍ ହଲ ଠାରେ ଶୋଭାଯାତ୍ରା ପହଞ୍ଚିବା ପରେ ଅତିଥିମାନେ ରେଡ଼କ୍ରସ ର ପ୍ରତିଷ୍ଠାତା ହେନେରୀ ଦୁନାଣ୍ଟ ଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଉକ୍ତ ଅନୁଷ୍ଠିତ ସଂକ୍ଷିପ୍ତ ସଭାରେ ଅତିଥିବୃନ୍ଦ ପିଲାମାନଙ୍କୁ ଆଜି ଦିନର ମହତ୍ତ୍ଵ ବିଷୟରେ ଧାରଣା ଦେବା ସହିତ ଦୈନନ୍ଦିନ ଜୀବନ ରେ ସେମାନେ କେମିତି ଅଧିକ ଶୃଙ୍ଖଳିତ ହୋଇ ପାରିବେ ସେଥିପ୍ରତି ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ। ତତ୍ ସଂଗେସଂଗେ ରେଡକ୍ରସ ର ଯେଉଁ ସାତ ଗୋଟି ମୌଳିକ ନୀତି ଉପରେ ଆଲୋକପାତ କରି ଜୀବନରେ ସେହି ନୀତି କୁ ଅନୁସରଣ କରିବାପାଇଁ ପରାମର୍ଶ କରିଥିଲେ ।  ସଭା ପରେ ସମସ୍ତ ଅତିଥିଙ୍କ ଉପସ୍ଥିତିରେ ସ୍ଥାନୀୟ ନାରାୟଣୀ ଆଶ୍ରମର ଅନ୍ତେବାସୀଙ୍କୁ ହାଇଜିଂ କିଟ  ଓ ଶିଶୁଗୃହରେ ଫଳ ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା । ପରିଶେଷରେ ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଆୟୋଜିତ  ରକ୍ତଦାନ ଶିବିରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତାଙ୍କ ସମେତ, ସୋନପୁର ମ୍ୟୁନିସିାଲିଟି, ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତା, ଜୁନିଅର ରେଡ଼କ୍ରସ ର କାଉନସିଲର ପ୍ରଭୁତି

ରକ୍ତଦାନ କରିଥିଲେ। ରକ୍ତଦାନ କରି ଜୀବନ ବଞ୍ଚାଇବା ଏକ ମହାନ୍ କାର୍ଯ୍ୟ ବୋଲି କହି ସମସ୍ତଙ୍କ ମନୋବଳ ବୃଦ୍ଧି ପୂର୍ବକ ଅତିରିକ୍ତ ଜିଲ୍ଲାପାଳ ନିଜେ ତଥା ମ୍ୟୁନିସିାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ। ଆଜି ବିଶ୍ଵ ରେଡକ୍ରସ ଦିବସ ଅବସରରେ ମୋଟ୍ ୪୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେଡକ୍ରସ ଶାଖା ତରଫରୁ ଦିନେଶ ରଞ୍ଜନ ମିଶ୍ର, ଆଲୋକ କୁମାର ଦାଶ, ଜୟଦେବ ପାଟଶାଣି, ରିତେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   15-Oct-2026
  ଜିଲ୍ଲା  
ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   15-Oct-2026
  ଜିଲ୍ଲା  
ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   15-Oct-2026
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026
  ଜିଲ୍ଲା  
ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   14-Oct-2026
  ଜିଲ୍ଲା  
*ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   14-Oct-2026
  ଜିଲ୍ଲା  
୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ   14-Oct-2026
  ଜିଲ୍ଲା  
ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   14-Oct-2026
  ଜିଲ୍ଲା  
ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    14-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   14-Oct-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   14-Oct-2026
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026

You Might Also Like