-+91-9937148622 |
prerana_bgr@rediffmail.com |
Tuesday 4th August 2026 |
R.N.I. Regd No. ODIODI/2010/46693
Breaking News
08-May-2022
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଟାଲ ଗ୍ରାମ ର ମହେନ୍ଦ୍ର ବଢ଼େଇ ଦୁଃଖିରଙ୍କି ଙ୍କୁ ସାହାଯ୍ୟ ରେ ଏ ଅଞ୍ଚଳର ଏକ ଉଦାହରଣ ପାଲଟିଯାଇଛନ୍ତି । ପଦ୍ମପୁର ଅଞ୍ଚଳ ର ଯେଉଁ ଗାଁ ଗଣ୍ଡା କୁ ଯିବେ ସେଇଠି ମହେନ୍ଦ୍ର ବଢେଇ ଙ୍କ ଚର୍ଚ୍ଚା ହେଉଛି ।ସତରେ ଅଞ୍ଚଳ ପାଇଁ ସେ ଦେବଦୂତ ଭାବେ ମନେ ହୁଏ ।ସେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଓଡ଼ିଶାରେ ତାଙ୍କର ଖ୍ୟାତି ରହିଛି ।ସେ କହନ୍ତି ମୋ ଜନ୍ମମାଟି ପାଇଁ ମୁଁ କଣ ଅବା କରିଛି । ଅସହାୟ ସମୟରେ ଲୋକ ଙ୍କୁ ସାହାଯ୍ୟ ର ହାତ ବଢେଇ ମାଁ ମାଟି ର ଋଣ କିଛି ତ ମୁଁ ଲାଘବ କରିପାରିବି ବୋଲି ମତପ୍ରଦାନ କରିଥିଲେ ।ଆଜି ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ଲହଙ୍ଗୀର ଗ୍ରାମର ଜଣେ ବିକଳାଙ୍ଗ ବାଳକ ଝସକେତନ ପୋଢ଼, ପିତା-ସୁରେନ୍ଦ୍ର ପୋଢ଼,ମାତା-ଯଶୋଦା ର ଖବର ପାଇ ଶ୍ରୀମାନ ବଢ଼େଇ ଏକ ଟ୍ରାଇ ସାଇକେଲ ତା ପାଇଁ ପଠେଇ ଥିଲେ ।ଟ୍ରାଇ ସାଇକେଲ ପ୍ରଦାନ ସମୟରେ ବୁକୁରାମୁଣ୍ଡା ଗ୍ରାମର ଜଣାଶୁଣା ଗୈାତିଆ ଗିରେନ ବାରିକ,ଟେମରୀ ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ସୋଢ଼ା ଗ୍ରାମ ର କ୍ଷୀରୋଦ ପ୍ରଧାନ, ଲହଙ୍ଗୀର ଗ୍ରାମର ସୂର୍ଯ୍ୟକାନ୍ତ ସିଂ ବରିହା, ପୁରୁଷୋତ୍ତମ ବେଣ୍ଟକାର,ବୁକୁରାମୁଣ୍ଡା ର ଛବିଳ ବାରିକ, ଲହଙ୍ଗୀର ଗ୍ରାମର ଘନଶ୍ୟାମ ପ୍ରଧାନ ପ୍ରମୁଖ ଅନେକ ଗ୍ରାମର ଭଦ୍ରବ୍ୟକ୍ତି ଙ୍କ ଉପସ୍ଥିତି ରେ ପଠାଇଥିବା ଟ୍ରାଇ ସାଇକେଲ କୁ ପ୍ରଦାନ କରାଯାଇଛି