-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
06-May-2022
ବିନିକା(ହିମାଂଶୁ ଶେଖର ପୁଟେଲ)ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବକୁ ଜାକ ଯମକରେ ପାଳନ କରିବା ନେଇ ସ୍ଥାନୀୟ ବିଶେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ବୈଠକରେ ନିଷ୍ପତ୍ତି ନିଆଯାଇ ନୂତନ ପରିଚାଳନା କମିଟି ଗଠିତ ହୋଇଛି । ଯାତ୍ରା କମିଟିର ସଭାପତି ଭାବେ ବିନିକା ଓକିଲ ସଂଘର ସଭାପତି ସୁଧାଂଶୁ ଶେଖର ଦାଶ ଙ୍କୁ ମନୋନୀତ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଅଜିତ କୁମାର ସାମନ୍ତରାୟ, ଉପ ସଭାପତି ସନ୍ତୋଷ କୁମାର ମହାକୁର,ସମ୍ପାଦକ ମାନ ଗୋବିନ୍ଦ ମେହେର, ସହ ସମ୍ପାଦକ ସମ୍ବିତ କୁମାର ନେପାକ ପ୍ରମୁଖ ମନୋନୀତ ହୋଇଛନ୍ତି ।ସେହିପରି ୨୫ଜଣ ସକ୍ରିୟ ସଦସ୍ୟ ଓ ୧୧ଜଣ ଉପଦେଷ୍ଟା ମଣ୍ଡଳୀ ରେ ରହିଥିବା ଜଣାପଡିଛି ।କମିଟି ଗଠନ ପରେ ସମସ୍ତଙ୍କ ପ୍ରସ୍ତାବ କ୍ରମେ ଏଥର ବିଶେଶ୍ୱର ବାବା ବରପକ୍ଷ ଓ ଯୋଗେଶ୍ୱର ବାବା କନ୍ୟାପକ୍ଷ ଦାୟିତ୍ଵ ନିର୍ବାହ କରିବେ ।