-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
05-May-2022
ବଲାଙ୍ଗୀର, ଆଜି ସଂଧ୍ୟାରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ତ୍ରୈମାସିକ ସାହିତ୍ୟ ପତ୍ରିକା ସୁଭାସ ଚିନ୍ତନ ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ପ୍ରତିଷ୍ଠାତା ସଂପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ
ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଓ ସମ୍ମାନିତ ଅତିଥି ଭାବରେ ଏଡ୍ଭୋକେଟ ତଥା ସ୍ତମ୍ବକାର ଜୟକୃଷ୍ଣ ସାହୁ ଯୋଗ ଦେଇ ପତ୍ରିକାର ତ୍ତଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ମୁଖ୍ୟ ଅତିଥି ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ କୋସଲୀ ଭାଷାର ସାମ୍ବିଧାନିକ ମାନ୍ୟତା ପ୍ରଦାନ ଓ ଏହି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦର ସାମିଲ
କରାଗଲେ ହିଁ କୋସଲୀ ଭାଷା ପ୍ରତି ଉଚିତ୍ ମର୍ୟ୍ୟାଦା ହୋଇପାରିବ ବୋଲି କହିଥିଲେ । ସଭାକୁ ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର ସଂଯୋଜନା କରିଥିବା ବେଳେ ଶେଷରେ ସାମ୍ବାଦିକ ରଘୁ ନନ୍ଦନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ ଓ ସ୍ମରଣିକା କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ ।