-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
04-May-2022
ବରଗଡ଼:-ବୈଦିକ ପରମ୍ପରା ଅନୁଯାୟୀ ବରଗଡ଼ ଜିଲ୍ଲା ର ୯ ଗୋଟି ବ୍ଲକ ରେ ଭାରତୀୟ କିଷାନ ସଂଘ ଦ୍ୱାରା ପାରମ୍ପରିକ ମୁଠି ଅନୁକୂଳ ହୋଇ ଜୈବିକ କୃଷି ତଥା ଶୂନ୍ୟ ବଜେଟ ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ବ୍ଲକରେ ସଂଗଠନ ର କର୍ମକର୍ତ୍ତା ତଥା ବିଜେପୁର ବ୍ଲକ ଭାଲୁବାହାଲ ଗ୍ରାମରେ ଅନୁଷ୍ଠିତ ମୁଠି ଅନୁକୁଳ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ, ସର୍ବଭାରତୀୟ ସଭ୍ୟ କେଦାର ମିଶ୍ର ଯୋଗ ଦେଇ ଜୈବିକ କୃଷି ପ୍ରଦର୍ଶିନୀକୁ ଉଦଘାଟନ କରି ସମବେତ କୃଷକ ଙ୍କୁ ଜୈବିକ ତଥା ପ୍ରାକୃତିକ କୃଷି ଉପରେ ଆଲୋକପାତ କରି ଥିଲେ ।ଏହି ସଭାରେ ଆଞ୍ଚଳିକ ସଂଗଠନ ରୁ ସୁବାଷ ପ୍ରଧାନ, ଯଦୁମଣୀ ପଟେଲ,ସରପଞ୍ଚ ,ସମିତି ସଭ୍ୟ ଏବଂ ଜୈବିକ କୃଷିବିତ ଶିବପ୍ରସାଦ ସାହୁ ଓ ଲଳିତ ଖମାରୀ ଜୈବିକ ବିହନ ଓ ଜୈବିକ ଖତ ପ୍ରଦର୍ଶିତ କରିଥିଲେ l ଉକର କଲେତ ଧନ୍ୟବାଦ ଅର୍ପଣ
କରିଥିଲେ।ଏହି କ୍ରମରେ ବରପାଲି ବ୍ଲକ ଲେଣ୍ଡା ଗ୍ରାମ ରେ ରେ ଅନିରୁଦ୍ଧ ବାଗ ,ସୁଶାନ୍ତ ଗଡ଼ତିଆ,ସୁଶାନ୍ତ ପ୍ରଧାନ ,ସୋହେଲା ବ୍ଲକ ର ଲେବିଡ଼ି ଗ୍ରାମରେ ସୁମନ୍ତ ଭୋଇ, ମକରଧ୍ବଜ ଖମାରୀ,ଓ କୃଷି କର୍ମଚାରୀ ଗଣ,ଅତାବିରା ବ୍ଲକ ର ଜହ୍ନାପଡା ଗ୍ରାମରେ ଖଦି ବୋର୍ଡ଼ ସଭାପତି ଶ୍ରୀ ପ୍ରଫୁଲ୍ଲ ମହାପାତ୍ର ଓ ବଳରାମ ମେହେର,ଭେଡେନବ୍ଲକ ରେମୁଣ୍ଡା ଗ୍ରାମରେ ଶ୍ରୀ ସୋମନାଥ ଭୋଇ ଓ ସତ୍ୟଜିତ ପଣ୍ଡା,ଗାଇସିଲେଟ ବ୍ଲକରେ ଶ୍ରୀ ଗଙ୍ଗା ପୁଝାରୀ,ରାଜକୁମାର ମହାନନ୍ଦ,ପାଇକମାଲ ବ୍ଲକ ର ମାଣ୍ଡିଆଢିପା ଗ୍ରାମର ଜିଲ୍ଲା ସଭାପତି ଶ୍ରୀ ପିତାମ୍ବର ସାହୁ ,ବିଶେଶ୍ୱର ରଣା, ପଦ୍ମପୁର ବ୍ଲକ ରେ ଜୈବିକ ପ୍ରମୁଖ ଶ୍ରୀ ଚିନ୍ତାମଣି ସାହୁ,ଓ ଝାରବନ୍ଧ ବ୍ଲକ କୁମୀର ଗ୍ରାମର କ୍ଷୀରସାଗର ସାହୁ ପ୍ରମୁଖ ଯୋଗଦେଇ ମୁଠି ଅନୁକୂଳ ପୂର୍ବକ ବିଷମୁକ୍ତ କ୍ଷେତ -ନିଶା ମୁକ୍ତ ମାନବ ର ବାର୍ତ୍ତା ପହଞ୍ଚାଇ କୃଷି ଓ କୃଷକ ର ଶୁଭ ମନିସୀ ପ୍ରତି ବ୍ଲକ ର ଅନ୍ତତଃ ଗୋଟିଏ ଗ୍ରାମ କୁ ଜୈବିକ ଗ୍ରାମ ଭାବେ ତିଆରି କରିବାକୁ ସଂକଳ୍ପ ନେଇଥିଲେ