-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
04-May-2022
ସୁବର୍ଣ୍ଣପୁର// ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ ଓ ବିଶ୍ୱ ଶାନ୍ତି କାମନା ଲକ୍ଷ୍ୟ ନେଇ ଏମ ପି ବିଦିଶା ଜ଼ିଲ୍ଲା ରୁ ଶ୍ରୀ କ୍ଷେତ୍ର ପୁରୀ କୁ ପଦ ଯାତ୍ରା କରୁଥିବା ଛଅ ଜଣ ପାରିବ୍ରlଜକ ଙ୍କୁ ଗତ କାଲି ରାତି ରେ ସ୍ୱଚ୍ଛ ଭାରତ ସଂଗଠନ, ଘୋଡ଼ାଘାଟ ପଡା ରାମ ଲୀଳା କମିଟି ଓ କିଛି ବୁଦ୍ଧିଜୀବୀ ଙ୍କ ପକ୍ଷରୁ ସୋନପୁର କଲେଜ ଠାରେ ସ୍ୱାଗତ କରାଯାଇଥିଲା l ଏବଂ ସେଠାରୁ ତାଙ୍କୁ ପାଛୋଟି ଆଣି ରାମଲୀଳା କମିଟି ର ଉପଦେଷ୍ଟା ତଥା ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ରାଜ୍ୟ ରକ୍ତ ଦାତା ସଂଘ ର ମନୋଜ ପଣ୍ଡା, ଓ ସ୍ୱଚ୍ଛ ଭାରତ ର ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ ଓ କର୍ମକର୍ତ୍ତା ଙ୍କ ପକ୍ଷରୁ ଆତିଥ୍ୟ ସତ୍କାର କରାଯାଇ ମା ଶୀତଳେଇ କଲ୍ୟାଣ ମଣ୍ଡପ ଠାରେ ବିଶ୍ରାମ ର ବ୍ୟବସ୍ଥା
କରାଯାଇଥିଲା l ଆଜି ସକାଳେ ଭୋର 4 ଟା ବେଳେ ଏମାନଂକୁ ପୁଣି ସ୍ୱଚ୍ଛ ଭାରତ ପକ୍ଷରୁ ଆଗକୁ ଶ୍ରୀ କ୍ଷେତ୍ର ଯାତ୍ରା ସଫଳ ପାଇଁ ଶୁଭ କାମନା ଜଣାଇ ଶୁଭ ବିଦାୟ ଦିଆ ଯାଇଥିଲା l ଏବଂ ବୌଦ୍ଧ ଜ଼ିଲ୍ଲା ର ମିଡ଼ିଆ ଓ ସମାଜ ସେବୀ ସଂଗଠନ ମାନଙ୍କୁ ଏମାନଙ୍କ ଯାତ୍ରା ଓ ସୁରକ୍ଷା ବିଷୟରେ ସୂଚନା ପ୍ରଦାନ କରା ଯାଇଥିଲା l ଏହି ପାରିବ୍ରାଜକ ମାନେ ପତାଳି ଶ୍ରୀ କ୍ଷେତ୍ର ଏହି ସୁବର୍ଣ୍ଣପୁର ଜ଼ିଲ୍ଲା ର ଲୋକଙ୍କ ଆଚାର ବ୍ୟବହାର, ଆତିଥ୍ୟ ସତ୍କାର ଓ ଏଠାକାର ପରିବେଶ କୁ ଖୁବ ଉତ୍ସାହ ର ସହିତ ପ୍ରଶଂସା କରିଛନ୍ତି l