-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ଜିଲ୍ଲା

ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଗ୍ରହଣ କରିଥିବା ପୁରସ୍କାର କୁ ଚାଷୀ ଭାଇଙ୍କୁ ଉତ୍ସର୍ଗୀକୃତ କଲେ

04-May-2022



ବରଗଡ଼:  କୃଷିକ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ବରଗଡ ଜିଲ୍ଲା ତରଫରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ଙ୍କ ଠାରୁ ଗ୍ରହଣ କରିଥିବା ପୁରସ୍କାର କୁ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଜିଲ୍ଲା ର ସମସ୍ତ ଚାଷୀ ଭାଇ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଚାଷୀ ଭାଇମାନଙ୍କ କଠିନ ପରିଶ୍ରମ ପାଇଁ ଆଜି ଆମ ଜିଲ୍ଲା କୁ ରାଜ୍ୟ ର ଏକ ନମ୍ବର କରିବାସହ ଜିଲ୍ଲାବାସୀ ଙ୍କ ପାଇଁ ଗୈାରବ ଆଣିଦେଇଛି ବୋଲି ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ମତବ୍ୟକ୍ତ କରିଛନ୍ତି ।ଏ ପରିପ୍ରେକ୍ଷୀରେ ଗତକାଲି ଅପରାହ୍ନ ୪.୩୦ ମିନିଟ ରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକ ରେ ଜିଲ୍ଲାପାଳ ଜିଲ୍ଲା ର ୧୨ ଗୋଟି ବ୍ଳକ ର ଚାଷୀ ପ୍ରତିନିଧି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୋହେଲା ବ୍ଳକ ର ସର୍ବଶ୍ରୀ-ଜୟକୃଷ୍ଣ ସାହୁ, ଚନ୍ଦ୍ର ଶେଖର ପ୍ରଧାନ,ପଞ୍ଚାନନ ଦଳପତ୍ ଗାଇସିଲେଟ ବ୍ଲକର ସର୍ବଶ୍ରୀ-କିଶୋର ଦେବତା, ଚୈତନ୍ୟ ସାହୁ,ରୁଚେନ୍ଦ୍ର ସାହୁ, ମୁକେଶ ମୁରାରୀ କେଡିଆ, ବିଜେପୁର ବ୍ଳକ ର ସର୍ବଶ୍ରୀ-ସାମନ୍ତ ସାହୁ, ସଦାନନ୍ଦ ପୂଜାହାରୀ,ରାଜବୋଡାସମ୍ବର ପଦ୍ମପୁର ବ୍ଲକ ର ସର୍ବଶ୍ରୀ-ସରୋଜ ବହିଦାର,ସୈାକିଲାଲ ମେହେର,ସୁରେଶ ଚାନ୍ଦ, ବରପାଲି ବ୍ଳକ ର ଶ୍ରୀ-ସତ୍ୟବାନ ସାହୁ, ଭଟଲି ବ୍ଳକ ର ଶ୍ରୀ ଆଶୁତୋଷ ଆଚାର୍ଯ୍ୟ, ବରଗଡ଼ ବ୍ଳକ ର ସର୍ବଶ୍ରୀ-ତରୁଣ ନାଏକ,ସୁରେଶ ନେକଟାନୀ, ଅତାବିରା ବ୍ଳକ ର ରବିନ୍ଦ୍ର ବିଶି, ସୁଜିତ ପ୍ରଧାନ, ପାଇକମାଳ ବ୍ଳକ ର ଯୁଧିଷ୍ଠିର ସାହୁ, ଭେଡେନ ବ୍ଳକ ର ନରେନ୍ଦ୍ର ଭୋଇ ଜିଲ୍ଲା ର ସମସ୍ତ ଚାଷୀ ଭାଇ ମାନଙ୍କ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ । ଏତଦବ୍ୟତୀତ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ବୀମା କମ୍ପାନୀ ର ପ୍ରତିନିଧି ଏବଂ ଚାଷୀ ପ୍ରତିନିଧି ମାନଙ୍କ ସହିତ ୨୦୨୧ ବର୍ଷର ଶସ୍ୟବୀମା ଉପରେ ଏକ ସମୀକ୍ଷା ବୈଠକ କରିଥିଲେ । ବିଭିନ୍ନ କାରଣରୁ ବଞ୍ଚିତ ହୋଇଥିବା ଯୋଗ୍ୟ ଚାଷୀ ମାନଙ୍କର ତୁରନ୍ତ ବୀମା ପଞ୍ଜିକରଣ କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କମ୍ପାନୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବର୍ତ୍ତମାନ ସୁଦ୍ଧା ୪୦୯୩୫ ଜଣ ଚାଷୀଙ୍କର ଆଇ.ଡି ପଞ୍ଜିକରଣ ପାଇଁ ବିଚାରାଧୀନ ଥିବାବେଳେ,୩୨୬୨୯ ଜଣ ଚାଷୀଙ୍କର ଆବଶ୍ୟକୀୟ କାଗଜ ପତ୍ର ନଥିବା କାରଣରୁ ଏଭଳି ଅବସ୍ଥା ପରିଲକ୍ଷିତ ହୋଇଛି ବୋଲି ବୀମା  କମ୍ପାନୀ ର ପ୍ରତିନିଧି ସୂଚନା ପ୍ରଦାନ କରିଥିଲେ । ମାତ୍ର କେଉଁ କେଉଁ କାଗଜାତ ଦରକାର ଅଛି ତାର ଲିଖିତ ପତ୍ର ଦେବାକୁ ବୀମା କମ୍ପାନୀ ର ପ୍ରତିନିଧି ଙ୍କୁ ମଗାଯିବାରୁ,ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ପଦ୍ମପୁର,ବରଗଡ ଏବଂ ଆରଏମସି ସମ୍ପାଦକ ସଦାକର କୁମ୍ଭାର ଙ୍କ ସହିତ ସିଡିଏଓ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ସୂଚନା ପ୍ରଦାନ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like