-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
04-May-2022
ବରଗଡ଼: କୃଷିକ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ବରଗଡ ଜିଲ୍ଲା ତରଫରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ଙ୍କ ଠାରୁ ଗ୍ରହଣ କରିଥିବା ପୁରସ୍କାର କୁ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଜିଲ୍ଲା ର ସମସ୍ତ ଚାଷୀ ଭାଇ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଚାଷୀ ଭାଇମାନଙ୍କ କଠିନ ପରିଶ୍ରମ ପାଇଁ ଆଜି ଆମ ଜିଲ୍ଲା କୁ ରାଜ୍ୟ ର ଏକ ନମ୍ବର କରିବାସହ ଜିଲ୍ଲାବାସୀ ଙ୍କ ପାଇଁ ଗୈାରବ ଆଣିଦେଇଛି ବୋଲି ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ମତବ୍ୟକ୍ତ କରିଛନ୍ତି ।ଏ ପରିପ୍ରେକ୍ଷୀରେ ଗତକାଲି ଅପରାହ୍ନ ୪.୩୦ ମିନିଟ ରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକ ରେ ଜିଲ୍ଲାପାଳ ଜିଲ୍ଲା ର ୧୨ ଗୋଟି ବ୍ଳକ ର ଚାଷୀ ପ୍ରତିନିଧି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୋହେଲା ବ୍ଳକ ର ସର୍ବଶ୍ରୀ-ଜୟକୃଷ୍ଣ ସାହୁ, ଚନ୍ଦ୍ର ଶେଖର ପ୍ରଧାନ,ପଞ୍ଚାନନ ଦଳପତ୍ ଗାଇସିଲେଟ ବ୍ଲକର ସର୍ବଶ୍ରୀ-କିଶୋର ଦେବତା, ଚୈତନ୍ୟ ସାହୁ,ରୁଚେନ୍ଦ୍ର ସାହୁ, ମୁକେଶ ମୁରାରୀ କେଡିଆ, ବିଜେପୁର ବ୍ଳକ ର ସର୍ବଶ୍ରୀ-ସାମନ୍ତ ସାହୁ, ସଦାନନ୍ଦ ପୂଜାହାରୀ,ରାଜବୋଡାସମ୍ବର ପଦ୍ମପୁର ବ୍ଲକ ର ସର୍ବଶ୍ରୀ-ସରୋଜ ବହିଦାର,ସୈାକିଲାଲ ମେହେର,ସୁରେଶ ଚାନ୍ଦ, ବରପାଲି ବ୍ଳକ ର ଶ୍ରୀ-ସତ୍ୟବାନ ସାହୁ, ଭଟଲି ବ୍ଳକ ର ଶ୍ରୀ ଆଶୁତୋଷ ଆଚାର୍ଯ୍ୟ, ବରଗଡ଼ ବ୍ଳକ ର ସର୍ବଶ୍ରୀ-ତରୁଣ ନାଏକ,ସୁରେଶ ନେକଟାନୀ, ଅତାବିରା ବ୍ଳକ ର ରବିନ୍ଦ୍ର ବିଶି, ସୁଜିତ ପ୍ରଧାନ, ପାଇକମାଳ ବ୍ଳକ ର ଯୁଧିଷ୍ଠିର ସାହୁ, ଭେଡେନ ବ୍ଳକ ର ନରେନ୍ଦ୍ର ଭୋଇ ଜିଲ୍ଲା ର ସମସ୍ତ ଚାଷୀ ଭାଇ ମାନଙ୍କ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ । ଏତଦବ୍ୟତୀତ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ବୀମା କମ୍ପାନୀ ର ପ୍ରତିନିଧି ଏବଂ ଚାଷୀ ପ୍ରତିନିଧି ମାନଙ୍କ ସହିତ ୨୦୨୧ ବର୍ଷର ଶସ୍ୟବୀମା ଉପରେ ଏକ ସମୀକ୍ଷା ବୈଠକ କରିଥିଲେ । ବିଭିନ୍ନ କାରଣରୁ ବଞ୍ଚିତ ହୋଇଥିବା ଯୋଗ୍ୟ ଚାଷୀ ମାନଙ୍କର ତୁରନ୍ତ ବୀମା ପଞ୍ଜିକରଣ କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କମ୍ପାନୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବର୍ତ୍ତମାନ ସୁଦ୍ଧା ୪୦୯୩୫ ଜଣ ଚାଷୀଙ୍କର ଆଇ.ଡି ପଞ୍ଜିକରଣ ପାଇଁ ବିଚାରାଧୀନ ଥିବାବେଳେ,୩୨୬୨୯ ଜଣ ଚାଷୀଙ୍କର ଆବଶ୍ୟକୀୟ କାଗଜ ପତ୍ର ନଥିବା କାରଣରୁ ଏଭଳି ଅବସ୍ଥା ପରିଲକ୍ଷିତ ହୋଇଛି ବୋଲି ବୀମା କମ୍ପାନୀ ର ପ୍ରତିନିଧି ସୂଚନା ପ୍ରଦାନ କରିଥିଲେ । ମାତ୍ର କେଉଁ କେଉଁ କାଗଜାତ ଦରକାର ଅଛି ତାର ଲିଖିତ ପତ୍ର ଦେବାକୁ ବୀମା କମ୍ପାନୀ ର ପ୍ରତିନିଧି ଙ୍କୁ ମଗାଯିବାରୁ,ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ପଦ୍ମପୁର,ବରଗଡ ଏବଂ ଆରଏମସି ସମ୍ପାଦକ ସଦାକର କୁମ୍ଭାର ଙ୍କ ସହିତ ସିଡିଏଓ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ସୂଚନା ପ୍ରଦାନ କରିଛନ୍ତି ।