-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
04-May-2022
ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଠାରେ ଅଜି ଅକ୍ଷୟ ତୃତୀୟା ଅବସର ରେ ମନୋରଂଜନ ସାଂସ୍କୃତିକ ପରିଷଦର କଳା ସାହିତ୍ୟ ସଂସ୍କୃତି ବଞ୍ଚାଅ ଅଭିଯାନ ଆନୁକୁଲ୍ୟରେ ବିଧି ଅନୁସାରେ ଆଖି ମୁଠି ଅନୁକୂଳ କରାଗଲା। ଏହି କାର୍ଯ୍ୟକ୍ରମରେ ପ୍ରେରଣାର ଅଧକ୍ଷ ଶ୍ରୀଯୁକ୍ତ ଦିଲୀପ ଶ୍ରଚନ୍ଦନ
ଯୋଗ ଦେଇ ହଳ ଲଙ୍ଗଳ ଦ୍ଵାରା ବିଲ ଚାଷ କରିଥିଲେ ଓ ବିହନ ବିଲାରେ ବୁଣିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଥିବା ମେଣ୍ଢା ଶାଳ ର ଚାଷୀ ମାନଙ୍କୁ ପ୍ରଶଂସା କରି ସେମାନଙ୍କ ଉଦ୍ଦେଶ୍ୟରେ ଦୁଇ ପଦ ଗୀତ ଗାଇ କୃଷକ ମାନଙ୍କ ମନୋବଳ ବଢ଼ାଇ ଥିଲେ। ମୂଖ୍ୟ ଅତିଥି ଶ୍ରୀଯୁକ୍ତ ଶ୍ରୀଚନନ୍ଦ କାର୍ଯ୍ୟକ୍ରମରେ ଗ୍ରାମର ପୁରୁଖା ମୂରବୀ ମାନଙ୍କ ସହ ବିଭିନ୍ନ ଗଣ ମାଧ୍ୟମର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ଆଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ପରେ ମେଣ୍ଢା ଶାଳ ଗ୍ରାମର ହ୍ରଦ ପୋଖରୀ ପାଖରେ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ
ଦେଇ ଛତବର ପଞ୍ଚାୟତ ର ସରପଞ୍ଚ ଶ୍ରୀ ବିଷ୍ଣୁ ପ୍ରସାଦ ଡେଙ୍ଗ ଢେର୍ ପ୍ରଶଂସା କରିଥିଲେ। ସମାଜସେବୀ ପ୍ରଭାତ ରାଉତରାୟ, ମହେନ୍ଦ୍ର ପ୍ରଧାନ, ଶ୍ରୀନିବାସ ମହାପାତ୍ର, ତ୍ରିଲୋଚନ ସାମନ୍ତରାୟ, ରିଙ୍କୁ ସାମନ୍ତରାୟ, ଲୁଲେଇ ପ୍ରଧାନ ଇତ୍ୟାଦି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥଲେ। ଶେଷରେ ମନୋରଂଜନ ସାଂସ୍କୃତିକ ପରିଷଦରଆବାହକ ପ୍ରଶାନ୍ତ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
(ଅମୃତ ନନ୍ଦ ଙ୍କ ରିପୋର୍ଟ)