-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
04-May-2022
କଳାହାଣ୍ଡି,କୋକସରା
(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା ଆମପାଣି ପୋଲିସ ପକ୍ଷରୁ ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହ ଠାବ କରାଯାଇଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଲାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ କେନ୍ଦୁଡୋଙ୍ଗରୀ ଗ୍ରାମରେ । ସୁଚନା ମୁତାବକ ସକାଳୁ ସକାଳୁ ଗାଁ ପାଖରେ ଥିବା ଏକ ଶାଗୁନ ଗଛରେ ଜଣେ ଯୁବକ ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗାଁ ର କିଛି ଲୋକ ଙ୍କ ନଜର କୁ ଆସିଥିଲା । ମୃତଯୁବକ କେନ୍ଦୁଡୋଙ୍ଗରି ଗ୍ରାମର ଦ୍ୱାରିକା ଦାସ ବୋଲି ଚିହ୍ନଟ ହେବା ପରେ ପରିବାର ପକ୍ଷରୁ ଆମପାଣି ଥାନାରେ ଏକ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇ ଆମପାଣି ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଭବାନୀପାଟଣା ରୁ ସାଇନ୍ଟି ଫିକ ଟିମ ଆସି ତଦନ୍ତ କଲାପରେ ମୃତ ଯୁବକ ଦ୍ୱାରିକା ଦାସ ଙ୍କ ମୃତ୍ୟୁ ଘଟଣା ର ସତ୍ୟତା ଜଣାପଡିବ ବୋଲି ଆମପାଣି ପୋଲିସ ସୁଚନା ଦେଇଛନ୍ତି ।
ଦେଖାଯାଉ ଏହା ଏକ ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟା ଘଟଣା ତଦନ୍ତ ପରେ ହିଁ ଜଣା ପଡିବ ।