-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-May-2022
ବଲାଙ୍ଗିର,(ପ୍ରେରଣା ଖବର) ଶ୍ରମିକ ଦିବସ ଅବସରରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ତରଫରୁ ଜିଲ୍ଲା ସଭାପତି ଉମାକାନ୍ତ ସାହୁ, ସଂପାଦକ ପ୍ରଦୀପ ସାହୁ, ନଗର ସଭାପତି ରେବତିକାନ୍ତ ସାହୁ ଙ୍କ ତତ୍ତ୍ୱାବଧନରେ ଶାନ୍ତିପଡା ଦୁର୍ଗା ମଣ୍ଡପ ସମ୍ମୁଖରେ ସମମୟ ୯ ଘଣ୍ଟା ରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ବସ୍ତ୍ର ଓ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଅଛି । ଏହି ଅବସରରେ ବିଭିନ୍ନ ବର୍ଗର ମହିଳା, ବାଳକ, ବାଳିକା, ପୁରୁଷ ଯୋଗଦାନ କରି ନିଜ ନିଜ ମନ ପସନ୍ଦର ପୋଷାକ ବାଛି କରି ନେଇଥିଲେ ଏବଂ ତୈଳିକ ସମାଜର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜ ର ସାଂଗଠାନିକ ସମ୍ପାଦକ ବିକାଶ ସାହୁ, ରାଜ୍ୟ ଯୁବ ସମ୍ପାଦକ ଫିରୋଜ ସାହୁ, କୋଷାଧ୍ୟକ୍ଷ ମହେନ୍ଦ୍ର ସାହୁ, ଜଙ୍କିଟ ସାହୁ, ଗୋବିନ୍ଦ ସାହୁ, କୃଷ୍ଣ ସାହୁ, ଧ୍ରୁବ ସାହୁ, ନସିଂ ସାହୁ ଏବଂ ସମାଜସେବୀ ନରେନ୍ଦ୍ର ବେହେରା, ସଞ୍ଜୟ ପାଣିଗ୍ରାହୀ ଉପସ୍ଥିତ ଥିଲେ ।