-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-May-2022
ବଲାଙ୍ଗିର,(ପ୍ରେରଣା ଖବର)- ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ସଭାପତି ସାଥୀ ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ମଇ ୧ ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ମଇ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଏହାର ଐତିହାସିକ ପୃଷ୍ଠଭୂମି ଉପରେ ରାଜ୍ୟ ଉପ-ସଭାପତି ନିଖିଳ ଓଡିଶା ଆଶା କର୍ମୀ ସଂଘ ସାଥୀ ରାଜେନ୍ଦ୍ର ପ୍ରସାଦ ସିଂହ, ଏଆଇଟିୟୁସି ଜିଲ୍ଲା ଉପ-ସଭାପତି ତଥା ଜିଲ୍ଲା ସଭାପତି ନିଖିଳ ଓଡିଶା ଆଶା କର୍ମୀ ସଂଘ ସାଥୀ ତୀର୍ଥ ପଧାନ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାଥୀ ବିଜୟ ସେଠ, ଉପଦେଷ୍ଟା ସାଥୀ ସାଏବୁ ନନ୍ଦ, ସାଥୀ ଦୁର୍ଯ୍ୟୋଧନ ବିଶ୍ୱାଲ, ଜିଲ୍ଲା ସଂଘର ସଂପାଦିକା ସାଥୀ ଉମି ଗୁପ୍ତା, ଜିଲ୍ଲା ସଂଯୋଜିକା ତଥା ବଲାଙ୍ଗିର ସହରାଞ୍ଚଳ କମିଟିର ସଭାନେତ୍ରୀ ସାଥୀ ଶାଶ୍ୱତା ଦାଶ, ସାଥୀ ସଂଜୁ ବାଗ, ସାଥୀ ପ୍ରୀତମ ଠାକୁର ପ୍ରମୁଖ ସଭାରେ ଉଦ୍ବୋଧନ ଦେଇଥିଲେ । ବକ୍ତାମାନେ ସଭାରେ ଶ୍ରମିକ ଶ୍ରେଣୀର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ଏବଂ ଏହାର ସମାଧାନ ପାଇଁ ସଂଗଠିତ ଭାବରେ ଲଢେଇ ଜାରି ରଖିବା ପାଇଁ ବୈଠକରେ ଆହ୍ୱାନ ଦେଇଥିଲେ । ଶେଷରେ ସାଥୀ ଆଲୋକ ବିଶ୍ୱାଲ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।