-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-May-2022
ଭୁବନେଶ୍ବର- ଇତିହାସିକ ଶ୍ରମିକ ଦିବସ ଅବସରେ କାଯ୍ଯରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ଆଇନ ପ୍ରଣୟନ କରିବାକୁ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ ର ଓଡ଼ିଆ ଶାଖା ଦାବି କରିଛି।
ଆଜି ବିଶ୍ଵ ଶ୍ରମିକ ଦିବସ ପାଳନ ଅବସରରେ ମହାସଂଘ ର ଭୁବନେଶ୍ବର ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ମଙ୍ଗରାଜଙ୍କ ଅଧ୍ୟଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ରାଷ୍ଟ୍ରୀୟ ସଭାପତି ପୀତବାସ ମିଶ୍ର ଯୋଗ ଦେଇ ରାଜ୍ୟରେ କର୍ମଜୀବୀ ସାମ୍ବାଦିକ ମାନଙ୍କ ଉପରେ କ୍ରମଶ ଆକ୍ରମଣ ବୃଦ୍ଧି ନେଇ ଉଦ୍ଦବେଗ ପ୍ରକାଶ କରିବା ସଙ୍ଗେ ତୁରନ୍ତ ବିଧାନସଭାରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବାକୁ ଦାବି କରିଛନ୍ତି। ସେହିପରି ମୁଖ୍ଯବକ୍ତା ଭାବେ ରାଜ୍ୟଶାଖର ସଭାପତି ଶ୍ରୀ ଭାଗବତ ତ୍ରିପାଠୀ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ସହ ପେନସନ ପ୍ରଦାନ ଓ ସ୍ୱାସ୍ଥ୍ୟ ବୀମାରାଶି ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି କରିବାକୁ ଦାବିକରିଥିଲେ l ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅର୍ଜୁନ ବିଶ୍ବାଳ, ମୁରଲୀଧର ମିଶ୍ର,
ଗୋପୀନାଥ ପରିଡା, ଅଭିମନ୍ୟୁ ମହାପାତ୍ର, ପ୍ରିୟଙ୍କା ପରିଡା, ମାୟାଧର ବେହେରା, କୃପାନିଧି ବିଶ୍ବାଳ, ସନତ ମିଶ୍ର, ଜ୍ୟୋତି ମୟୀ ମିଶ୍ର, ପ୍ରମୁଖ ଶ୍ରମିକ ଦିବସର ତାତ୍ପର୍ଯ୍ୟ ଓ ସାମ୍ବାଦିକ ମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମାସ୍ୟା ସମ୍ପର୍କରେ ଅଲେକପାତ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜେଶ୍ବରୀ ନାୟକ, ଦେବିକା ପରିଡା, ସନାତନ ରାଉତ, ସନତନ ଦଳବେହେରା, ଗଜେନ୍ଦ୍ର ବିହେରା, ପାର୍ଥସାରଥି ଜେନା, ସୁଭେଦ୍ଦୁ କାନୁନଗୋ,ତାରାପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସଭା ଶେଷରେ ରାଜ୍ୟ ସଙ୍ଗଠକ ସମ୍ପଦକ ଅର୍ଜୁନ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।