-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
30-Apr-2022
ପଦ୍ମପୁର: ପଦ୍ମପୁର ଲୋକ ମହୋତ୍ସବ-୨୦୨୨ ର ସାଂସ୍କୃତିକ କାର୍ଯ୍ୟକ୍ରମ ଗତକାଲି ଟାଉନ କ୍ଲବ ଅନୁକୂଲ୍ୟରେ ପଦ୍ମପୁର ଅଶୋକ ପଡିଆ ଠାରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମପୁର ଏସ.ଡି.ପି.ଓ ଶ୍ରୀ ବିଭୁତି ଭୂଷଣ ଭୋଇ, ଗୋବିନ୍ଦ ଅଗ୍ରୱାଲ, ଟାଉନ କ୍ଲବ ପ୍ରେସିଡେଣ୍ଟ ଶିରୀଶ ବହିଦାର, ମନୋରଞ୍ଜନ ସାହୁ, ଡିଏଫଓ ଶ୍ରୀ ବାସି ବାରଲା , ପ୍ରତାପ ମିଶ୍ର, ଲାଲ ବିହାରୀ ମିଶ୍ର, କୁନାଲ ପାଣିଗ୍ରାହୀ, ଅଶୋକ ମିଶ୍ର ଆଦି କାର୍ଯ୍ୟ କ୍ରମ କୁ ଶୁଭାରମ୍ଭ କରିବା ସହ ଅଶୋକ ମିଶ୍ର କାର୍ଯ୍ୟକ୍ରମ ର ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ହଜାର ହଜାର ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ମେ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ସୂଚନା ରହିଛି ।