-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
26-Apr-2022
ଜଗତସିଂହପୁର ଜଗତସିଂହପୁର ଜ଼ିଲ୍ଲା ଏରସମା ବ୍ଲକ ବିଡ଼ିଓ ଦେଖାଇଛନ୍ତି ଦବଙ୍ଗଗିରି. ଜନୈକ କାର୍ଯ୍ୟରତ ସାମ୍ବାଦିକ ଙ୍କ ଗାଡ଼ିରୁ ନେଇଗଲେ ହେଲମେଟ. ପଚାରିବାରୁ କହିଲେ ସାମ୍ବାଦିକ ହେଲତ କଣ ହେଲା ସର୍ବସାଧାରଣ ଜାଗାରେ ରଖିବ ଗାଡି. ଗାଡି ରଖିଥିବା ସ୍ଥାନରେ ଜନସାଧାରଣ କିମ୍ବା ବଡ଼ ଗାଡି ଆସିବାରେ କୌଣସି ଅସୁବିଧା ନଥାଇ ପ୍ରେସ ଲେଖାଥିବା ରୁ ବିଡ଼ିଓ ଜାଣିଶୁଣି ହେଲମେଟ ନେଇଯାଇଥିବା ଦେଖିବାକୁ ମିଳିଛି.
ଏହା ପୂର୍ବରୁ ବିରିଡି ବ୍ଲକ ବିଡ଼ିଓ ସାମ୍ବାଦିକଙ୍କୁ ଦୃବେବହାର କରିଥିଵାନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା. ତଥାପି ପ୍ରଶାସନିକ ଅଧିକାରୀ ମାନେ ଚେତୁନଥିବା ଏଠି ବଡ଼ ପ୍ରଶ୍ନ ଉଠିଛି. ବାରମ୍ବର ଜାଣିଶୁଣି ପ୍ରଶାସନିକ ଅଧିକାରୀ ମାନେ ସାମ୍ବାଦିକ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ବିନା କାରଣରେ ଆକ୍ରୋଶ ମୂଳକ ଭାବେ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି. ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଜନୈକ ସାମ୍ବାଦିକ କୌଣସି କାର୍ଯ୍ୟ ରେ ଏରସମା ବ୍ଲକ କୁ ଯାଇଥିଲେ. ବ୍ଲକ ପରିସରରେ ଥିବା କଦମ୍ବ ଗଛ ର ଚତୁର୍ପାଶ୍ୱ ରେ ହୋଇଥିବା ଚଉତାର ନିକଟରେ ସାମ୍ବାଦିକ ଜଣଙ୍କ ଗାଡି ରଖି ବ୍ଲକ କାର୍ଯ୍ୟାଳୟ କୁ ଯାଇଥିଲେ. ସେହି ସମୟରେ ଏରସମା ବିଡ଼ିଓ ତାଙ୍କ ନିଜ କାର ଯୋଗେ କାର୍ଯ୍ୟାଳୟ କୁ ଆସିଥିଲେ. ପରିସର ମଧ୍ୟରେ ଗାଡ଼ିରୁ ଓଲ୍ହାଇ ଏଠି କିଏ ଗାଡି ରଖିଛି କୁଆଡେ ଗଲେ କହିଵା ସହିତ କଣ ନିଜ ପୈତୃକ ସମ୍ପତି ଭାବିଛନ୍ତି ନାଁ କଣ. ଏହା କହି ଗାଡ଼ିରେ ଲାଗିଥିବା ହେଲମେଟ କୁ ନିଯାଇଥିଲେ. ସାମ୍ବାଦିକ ଜାଣିବା ପରେ ବିଡ଼ିଓଙ୍କୁ ଫୋନ ଯୋଗେ ପଚାରିଥିଲେ ବିଡ଼ିଓ ଓଲଟା ସାମ୍ବାଦିକଙ୍କୁ କହିଲେ ସାମ୍ବାଦିକ ହେଲ ତ କଣ ହେଇଗଲା କହି ଯୁକ୍ତି କରିଥିଲେ ଓ ପରେ ହେଲମେଟ ଟି ପିଅନ କୁ କହିଥିଲେ ଦେବାପାଇଁ. ବିଡ଼ିଓ ବ୍ଲକ ପରିସରରେ ଗାଡି ପର୍କିଙ୍ଗ କରିବାପାଇଁ ଏକ ସିକୁରିଟି ଗାର୍ଡ ରଖିବାପାଇଁ ସର୍ବସାଧାରଣ ରେ ଆଲୋଚନା ହେଉଛି. ସେହି ଚାନ୍ଦିନୀ ନିକଟରେ କୌଣସି ଗାର୍ଡ ନଥିବାରୁ ସମୁଖରେ ଏକାଧିକ ଗାଡି ରହିଥିବା ଦେଖିବାକୁ ମିଳିଥିଲା.
(ଅମୃତ ନନ୍ଦଙ୍କ ରିପୋର୍ଟ)