-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
26-Apr-2022
ଗଞ୍ଜାମ/କୋଦଳା(ଭଗବାନ ପାଢୀ) -ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ନିକଟ ଗ୍ରାମଦେବୀ ମନ୍ଦିର ପାଖରେ ଏହି ସରକାରୀ ବିଦେଶୀ ଠିପି ବନ୍ଦ ମଦ ଦୋକାନ ସରକାରୀ ନିୟମ ଅନୁଯାଇ ସକାଳ ୧୦.୩୦ମିନଟ ଠାରୁ ରାତ୍ର ୧୦ଘଣ୍ଟ ପର୍ଯ୍ୟନ୍ତ ଖୋଲିବା ପାଇଁ ନିୟମ ଥିବାବେଳେ ଏଠି କିନ୍ତୁ ସକାଳ ୮ ଟାରୁ ରାତ୍ର ୧୧ପର୍ଯ୍ୟନ୍ତ ଖୋଲା ରହୁଛି ଏଇ ଦୋକାନ
ସ୍ଥାନୀୟ ବାସିନ୍ଧା ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ୍ୟ ଅବକାରୀ ବିଭାଗ କାହିଁକି ନିରବ ତାହା ଏବେ ବଡ଼ ପ୍ରଶ୍ନ
ଏହି ଗ୍ରାମାଦେବୀ ମନ୍ଦିରକୁ ସ୍ଥାନୀୟ ମହିଳା ମାନେ ସକାଳୁ ସକାଳୁ ମନ୍ଦିରକୁ ପୂଜା କରିବାପାଇଁ ଯାଉଥିବା ବେଳେ ସେଇ ଠାରେ ଯୁବକ ମାନେ ମଦ୍ୟପାନ କରି ବିଭିନ୍ନ ସମୟରେ ଅଭାଦ୍ରାମୀ କରୁଥିବାର ଅଭିଯୋଗ ହେଉଥିଲେ ମଧ୍ୟ୍ୟ ପ୍ରଶାସନ କାହିଁକି ନିରବ ନାଁ କିଛି ମାସିୟାରୀ ବଟି ନେଇ ପ୍ରଶୟ ଦେଉଛି ଅବକାରୀ ବିଭାଗ !
ନେଇ ଆମ ପ୍ରତିନିଧି ଖଲିକୋଟ ଅବକାରୀ ବିଭାଗ ର ଓଆଇସି ଏସ.କେ ପୁହାନ ଙ୍କୁ ପଚାରିବାରୁ ସେ କହିଲେ କି
ଅଭିଯୋଗ ହୋଇଛି ଆମେ ତାକୁ ବାରମ୍ବାର ତାଗିଦ କଲା ପରେ ମଧ୍ୟ୍ୟ ସିଏ କର୍ଣପାତ କରୁନାହିଁ
ଯଦି କରୁନାହିଁ ତାହେଲେ କାହିଁକି ତାହାରି ଉପରେ ଅଫିସ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ନାଁ କିଛି ହାତଗୁଞ୍ଜା ନେଇ ନିରବ ରହୁଛି ଅବକାରୀ ବିଭାଗ!
ଶୁଣିବାକୁ ମିଳୁଛି ଏଇ ବାବୁଜଣକ ର କାଳେ ହାତ ବହୁତ ଲମ୍ବା l ଆଗାମୀ ଦିନରେ ସେଇ ବିଦେଶୀ ମଦ ଦୋକାନ ଯଦି ସରକାରୀ ଟାଇମ ଅନୁସାରେ ନ ଖୋଲେ ତାହା ହେଲେ ଏକ ବଡ଼ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି