-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
25-Apr-2022
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ଅଘୋଷିତ ବିଦ୍ୟୁତ କାଟ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ବିଦ୍ୟୁତ ବଳକା ରାଜ୍ୟ ଓଡିଶା ଏବେ ବିଦ୍ୟୁତ ଜଳକା ରାଜ୍ୟ ରେ ପରିଣତ ହୋଇଛି । ରାଜ୍ୟରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି । ଗାଁ ରୁ ସହର ସବୁଠି ଅବସ୍ଥା ସାଂଘାତିକ । ଏବେ ସରକାର ଉଦାସ । ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗ ବା ଓଇଆରସି ସରକାରଙ୍କ ହାତରେ କଣ୍ଢେଇ ଭଳି ବ୍ୟବହାର ହେଉଛି । ଉଦାହରଣ ଭାବେ ବେଦାନ୍ତ କମ୍ପାନୀର ଯୋଜନାକୁ ବିଚାରକୁ ନିଆଯାଇପାରେ । ରାଜ୍ୟ ସରକାରଙ୍କୁ ନ ଜଣାଇ ଅତି ଚତୁରତାର ସହିତ ବେଦାନ୍ତ କମ୍ପାନୀ ନିଜ ଆବଶ୍ୟକତା ପୂରଣ ପାଇଁ ରାଜ୍ୟକୁ ବିଦ୍ୟୁତ ବିକ୍ରି କରିପାରିବ ନାହିଁ ବୋଲି ସ୍ପଷ୍ଟ କଲା । ରାଜ୍ୟ ସରକାରଙ୍କ ଅଜାଣତରେ ତାଙ୍କୁ ସ୍ୱୀକୃତି ମିଳିଗଲା । ଥରେ ନୁହେ ବାରମ୍ବାର ଏଭଳି ଘଟୁଛି । ତେଣୁ କାହା ସ୍ୱାର୍ଥରେ ବିଦ୍ୟୁତ ଆବଣ୍ଟନ ହେଉଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ଏଥିପାଇଁ ତୁରନ୍ତ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ଏହି ଦାବି ଗୁଡିକ ଯଦି ରାଜ୍ୟ ସରକାର ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ କଂଗ୍ରେସ ଟାଟା ପାୱାର ଅଫିସ ଘେରାଉ କରିବ ବୋଲି ଚେତାବନୀ ଦେଇଛି ।