-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
25-Apr-2022
କଳାହାଣ୍ଡି,କୋକସରା(ତ୍ରିନଥ ବେଶ୍ରା )
ଆଜି ସାରା ଭାରତ ବର୍ଷରେ ପୁରାତନ ସଂସ୍କୃତିକ ଓ ପରମ୍ପରାକୁ ଅବ୍ୟାହତ ରଖିବା ଲକ୍ଷନେଇ ବା ଭଗବାନଙ୍କ ଠାରେ ସରଣା ପନ୍ନ ହୋଇ, ହିନ୍ଦୁ ଧର୍ମର ରୀତିନୀତିରେ ଗ୍ରାମଶାନ୍ତି, ଦେଶଶାନ୍ତି,ବିଶ୍ୱଶାନ୍ତି, କାମନାର ଆଶା ନେଇ କାମ, କ୍ରୋଧ, ଲୋଭ, ମୋହ,ମାୟା ତ୍ୟାଗକରି ପବିତ୍ର ଭାବନା ଓ ମହାନ ଚିନ୍ତାଧାରା ନେଇ । ଶୁଦ୍ଧ , ଚିତ୍ତ ମନୋଭାବନାରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ଥିତ କାଉଡୋଳା ଗ୍ରାମ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ। ଏଠାରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ଭକ୍ତି ଭାବନାରେ ହରିନାମ ଶ୍ରବଣ କରିବା ପାଇଁ ସମସ୍ତ ଙ୍କୁ ନିମନ୍ତ୍ରଣ କରାଯାଇ ଅଛି । ଆଜି ଅଧିବାସ ବା ପୂଜାର ପ୍ରାରମ୍ଭ ଦିନ ଏବଂ କଳସ ଯାତ୍ରା ହୋଇ ଯାଇଛି। ରବିବାର ତା ୨୪/୦୪/୨୦୨୨ ଦିନ ସକାଳ ୬ ଘ.ସମୟରେ ଶାନ୍ତି ପୂର୍ଣ ଭାବରେ ହରିନାମ ଗାନ ସହିତ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇ ଥିବା ଦେଖିବାକୁ ମିଳିଛି ଏବଂ ମଙ୍ଗଳବାର ଦିନ ନାମ ଯଜ୍ଞ ସମାପନ, ପୂର୍ଣ୍ଣାହୁତୀ, ନଗରକିର୍ତ୍ତନ, ଦଧିହାଣ୍ଡି ଭଗ୍ନ ଏବଂ ଦିବା ଘ. ୧୨ ପ୍ରସାଦସେବନ ଓ ବୈଷ୍ଣବ ବିଦାୟ ହେବ । ଏହି ଯଜ୍ଞରେ ଆଠଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଅଛନ୍ତି । ଏଠାରେ ଆନନ୍ଦ ବଜାରରେ ଅନ୍ନ ଛତ୍ର ବ୍ୟବସ୍ଥା ରହିଛି । ଏହି ନାମ ଜଜ୍ଞ ପରିଚାଳନା ପାଇଁ ପ୍ରଥମେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ କମିଟି ଗଠନ କରାଯାଇଥିଲା ଏବଂ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା। ବର୍ତ୍ତମାନ ଭକ୍ତି ଭାବନାରେ ବିମୋହିତ ହୋଇ ସମସ୍ତ ଗ୍ରାମବାସୀ ସେବାକାର୍ଯ୍ୟ ପାଇଁ ତତ୍ପର ହୋଇ କି ଭଳି ଶାନ୍ତି ର ସହିତ ସମସ୍ତ କାର୍ଯ୍ୟ ତୁଲାଇବା ପାଇଁ ସମସ୍ତ ଙ୍କୁ କାଉ ଡୋଳା ପୂଜା କମିଟି ଅନୁରୋଧ କରିଛନ୍ତି !