-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ତହସିଲ ଅଞ୍ଚଳରେ ବେଆଇନ ଭାବେ ବାଲି ଚୋରାଚାଲାଣ ଚାଲିଛି l ସୂଚନାରୁ ପ୍ରକାଶ ଯେ ବିନା ରଏଲଟି ନିଆଯାଉଥିବା ବାଲି, ମୋରମ ପଥର, ବୋଝେଇ ଟ୍ରକ, ଟ୍ରାକ୍ଟର ରଏଲଟି ଉପରେ ଜୋରଦାର ଧରପଗଡ଼ ଚାଲିଥିବା ବେଳେ ଆଜି ୩ ଟି ଟ୍ରାକ୍ଟର ଗାଡିକୁ ଲୋଇସିଂହା ତହସିଲଦାର ସଂଘମିତ୍ରା କାଲୋ ଜବତ କରିଥିବା ବେଳେ ଗୋଟିଏ ମାଟି ବୋଝlଇ ଟ୍ରାକ୍ଟରକୁ ବ୍ଲକ କାର୍ଯ୍ୟରେ ନିୟୋଜିତ ଥିବା ଓ ତାହା ପୁଣି ସରକାରୀ ରଏଲଟି ଥିବାଯୋଗୁଁ ଛାଡି ଦିଆଗଲା ଓ ବାଲି ବୋଝେଇ ୨ଟି ଟ୍ରାକ୍ଟରକୁ ଲୋଇସିଂହା ତହସିଲଦାର ୫୦୦୦ ଟଙ୍କା ଲେଖାଏଁ ଫାଇନ ପକାଇଛନ୍ତି l