-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
ଲୋଇସିଂହା, (ବିନୋଦ କୁମାର ଦୀପ) ମେଘା ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ର ଉଦ୍ଘାଟନୀ ଉତ୍ସବ ବାଦୀମୁଣ୍ଡା ସରପଞ୍ଚ କିରଣ ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଏବଂ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଚନ୍ଦ୍ର ଖାଡ଼ିଆ, ଏଡ଼ିଏମଓ ଦିବ୍ୟକିଶୋରେ ପତି, ବାଦୀମୁଣ୍ଡା ଓ ଲୋଇସିଂହା ହସ୍ପିଟାଲ ଡାକ୍ତର ଶେଖର ପଧାନ ମଂଚାସୀନ ଥିଲେ l ପ୍ରୋଗ୍ରାମ ମେନେଜେର ସନ୍ତୋଷ ଦୋରା, ପିଏଚଏଓ ରମେଶ ସାହୁ ଙ୍କ ସମେତ ଅତିଥି ଭାବେ ଯତୀନ୍ଦ୍ର ପଟେଲ ଉପସ୍ଥିତ ଥିଲେ l ଉକ୍ତ ମେଳାରେ ଶିଶୁବିଭାଗ ଡାକ୍ତର, ଦାନ୍ତ, ଚକ୍ଷୁ, ଆୟୁଷ, ଭେସଜ ସମେତ ଅନ୍ୟନ୍ୟ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀଙ୍କ ଚିକିତ୍ସାରେ ଲାଗି ପଡ଼ିଥିଲେ l ୩୪ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ବରିହା ସହ ସରପଞ୍ଚ ସରୋଜ ବେହେରା, ସରପଞ୍ଚ ହିମାଂଚଳ ମେହେର, ସରପଞ୍ଚ ଦିପାଞ୍ଜଳୀ ସାଏ, ସରପଞ୍ଚ କ୍ଷୀରାନ୍ଦ୍ରୀ ସାହୁ, ବାଦୀମୁଣ୍ଡା ସମିତି ସଭ୍ୟା ସୁକାନ୍ତି ସାହୁ, ପିଇଓ ସୁଧୀର ପାଢୀ, ୱାର୍ଡସଭ୍ୟ, ଭଦ୍ରବ୍ୟକ୍ତି ପଞ୍ଚା ଉଦୂରକୁଲିଅ, ସୁଦାମ ଉଦୁରକୁଳିଆ, ସୁରେଶ ରଣା, ଘନଶ୍ୟାମ ରଣା, ମୁକେଶ ପଧାନ, ସାଇରାମ ସ୍ୱୟଂ ସହାୟକ ଗୋଷ୍ଠୀ କୁଟୁରାପାଳି, ଶାନ୍ତିନାରୀ ସ୍ୱୟଂ ସହାୟକ ଗୋଷ୍ଠୀ ବାଦୀମୁଣ୍ଡା, ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ବାଦୀମୁଣ୍ଡା ବିଭିନ୍ନ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିକରିବା ସହ ପୁଷ୍ଟିକର ଖାଦ୍ୟ ବାବଦରେ ସଚେତନ କରିଥିଲେ l