-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : ସମଗ୍ର ଶିକ୍ଷା ବଲାଙ୍ଗୀର ଆନୁକୂଲ୍ୟରେ ଆଜି ତୁରେକେଲା ବ୍ଳକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁରେକେଲାଠାରେ ବ୍ଳକ ସ୍ତରୀୟ ଗଣିତ ହାଟ ଓ ଗଳ୍ପ କଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପୁରୋହିତ ସଭାପତିତ୍ୱ କରିବା ସହିତ ବିଘ୍ନରାଜ ଗଣେଶ ଙ୍କୁ ଧୂପଦୀପ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ଅବସରରେ ସହଯୋଗୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଫକୀର ଚରଣ ବିଶି,ଶିଶୁ ସାହିତ୍ୟିକ ବିରଂଚି ନାରାୟଣ ଦାଶ,ଶିକ୍ଷୟିତ୍ରୀ ମାଧବୀଲତା ସାହୁ ମଞ୍ଚାସୀନ ଥିଲେ।ଆଜିର କାର୍ଯ୍ୟକ୍ରମ ମୌଳିକ ସାକ୍ଷରତା ଓ ଗଣିତ ଜ୍ଞାନ ଉପରେ ଆଧାରିତ ଥିଲା ଏବଂ ଏହି କାର୍ଯ୍ୟକ୍ରମ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ତେଣୁ ଉପସ୍ଥିତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନେ ତାରି ଉପରେ ମତାମତ ପ୍ରଦାନ କରିଥିଲେ।ତାପରେ ଗଣିତ ମେଳାରେ ଏଗାର ଗୋଟି ପ୍ରକଳ୍ପ ଓ ଗଳ୍ପ କଥନରେ ବାଇଶ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ଗଣିତ ହାଟର ପ୍ରକଳ୍ପ ଗୁଡିକୁ ସିଆରସିସି ଘନଶ୍ୟାମ ଶବର,ଅନୁପ କୁମାର ଦାସ ଏବଂ ଗଳ୍ପ କଥନକୁ ଶିଶୁ ସାହିତ୍ୟିକ ବିରଂଚି ନାରାୟଣ ଦାଶ ଓ ଗଜୟ କୁମାର ଦାଶ ବିଚାରପତି ଭାବରେ ତିନିଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ବାଛିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହିତ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ମୃତିଫଳକ ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସିଆରସିସି ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ, ଅମରେନ୍ଦ୍ର କୁମାର ବାଗ,ଦୀନେଶ ମହାନନ୍ଦ, ଅନୁପ କୁମାର ଦାସ, ଗୁରୁପ୍ରସାଦ ଛତ୍ରିଆ, ଭବାନୀ ବେହେରା, ନିହିରୁ ତାଣ୍ଡି,, ବିଆରଟି ସୁନୀଲ ସାହୁ,ରମେଶ ସୁନା,ବିନୋଦିନୀ ତାଣ୍ଡି, ସୌରଭ ବେହେରା, ପ୍ରକାଶ ମେହେର ଆଦି ସହଯୋଗ କରିଥିଲେ।