-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
ଭୁବନେଶ୍ୱର: ପ୍ରବୀଣ ଜନନାୟକ, ସାହିତ୍ୟିକ, ସଂପାଦକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ତାଙ୍କ ୭ମ ଶ୍ରଦ୍ଧ ଦିବସରେ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି କମିଟି ତରଫରୁ ସତ୍ୟନଗର ସ୍ଥିତ ହୋଟେଲ୍ ପାର୍କ ପ୍ରମିୟମ୍ଠାରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳୀ ଉତ୍ସବରେ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ), ସାଂସ୍କୃତିକ ସମ୍ପାଦକ ବଟକୃଷ୍ଣ ପଣ୍ଡା, ସହ ସମ୍ପାଦକ ଗଦାଧର ପ୍ରସାଦ ରଥ, ବରିଷ୍ଠ ସଭ୍ୟ ନିରଞ୍ଜନ ସାହୁ, ଏ. ଗୋବିନ୍ଦ ବିଶ୍ୱାଳ ଓ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖଙ୍କୁ ନେଇ ସଂଘର ଏକ ପ୍ରତିନିଧି ଦଳ ସ୍ୱର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏଥି ସହ ସ୍ୱର୍ଗତ ପଟ୍ଟନାୟକଙ୍କ ଅଭୁଲା ଓ ଅମର ଜୀବନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କର ଆମାୟିକ ବ୍ୟବହାର ତଥା ସମାଜର ବିଭିନ୍ନ ଉଲ୍ଲେଖନୀୟ ଦିଗ ପ୍ରତି ତାଙ୍କ ସମର୍ପିତ ବ୍ୟକ୍ତିତ୍ୱ ଉପରେ ଆଲୋଚନା କରିବା ସହ ସ୍ୱର୍ଗତ ପଟ୍ଟନାୟକଙ୍କୁ ମରଣତ୍ତୋର ଭାବେ ଭାରତରତ୍ନ ପ୍ରଦାନ ପାଇଁ ଏକ ପ୍ରସ୍ତାବ ପ୍ରଦାନ କରାଯାଇଥିଲା ଏହି ଅବସରରେ ସଂଘର ସଭ୍ୟବୃନ୍ଦ ଉପସ୍ଥିତ ଥିବା ବିଭିନ୍ନ ଜନନେତାଙ୍କ ସହିତ ରାଜ୍ୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।
(ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ)
ସଭାପତି