-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ଫଲସାପଦର ଗ୍ରାମର ଶିବରାଜ ରାଉତ ନାମକ ଜଣେ ଯୁବକ ଗାତ ୫ ବର୍ଷ ତଳେ ସେହି ଗ୍ରାମର ୧୬ ବର୍ଷ ର ଜୈନେକ ନାବାଳିକାଙ୍କୁ ବଳପୂର୍ବକ ଧର୍ଷଣ କରିଥିଲା l ଏହି ଘଟଣା କାହାକୁ କହିଲେ ନାବାଳିକାକୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲା ଅଭିଯୁକ୍ତ l ଲୋକଲଜ୍ଜା ଭୟରେ ନାବାଳିକା ଜଣକ ଘଟଣା ପ୍ରଘଟ କରି ନଥିବା ବେଳେ କିଛି ଦିନ ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲା l ନାବାଳିକାର ପରିବାର ଏହି କଥା ଜାଣିବା ପରେ ଶିବରାଜ୍ ର ବଡ଼ ଭାଇ ପ୍ରେମରାଜଙ୍କୁ ନିଜ ଭାଇର କାରନାମା ସମ୍ପର୍କରେ ଅଭିଯୋଗ କରିଥିଲେ l ତେବେ ଅଭିଯୁକ୍ତର ବଡ ଭାଇ ପ୍ରେମରାଜ ନିଜ ଭାଇର ଦୋଷ ସ୍ବୀକାର କରିବା ବଦଳରେ 'ତୁମେ ଯାହା କରିବା କଥା କର' ବୋଲି କହିବା ପରେ ନାବାଳିକାର ପରିବାର ଲୋକେ ପୁଇଁତଳା ଥାନାର ଦ୍ୱାରସ୍ଥ ହୋଇଥିଲେ l ପୁଇଁତଳା ପୋଲିସ ଧର୍ଷଣ ଅଭିଯୋଗରେ ଶିବରାଜକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ l ଉଭୟ ପକ୍ଷର ସାକ୍ଷୀ ଓ ପ୍ରମାଣ କୁ ଆଧାର କରି ବଲାଙ୍ଗିର ସ୍ପେଶାଲ ଜଜ୍ ଫାଷ୍ଟ ଟ୍ରlକ କୋର୍ଟ ଅଭିଯୁକ୍ତ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜାରିମlନା ଘୋଷଣା କରିଛନ୍ତି l ଫାଇନ ଅନାଦେୟ ଆଉ ଦୁଇ ବର୍ଷ କାରାଦଣ୍ଡ ବଢାଇବାର ଜଜମେଣ୍ଟ ରେ ଉଲ୍ଲେଖ ରହିଛି lଆଇପିସି ର ଦଫା ୩୭୬(୯).୫୦୬ ଓ POCSO Act ର ଧାରା ୬ ଅନୁସାରେ ମାନ୍ୟବର ସ୍ପେଶାଲ ଜଜ୍ ବିରଞ୍ଚି ନାରାୟଣ ମିଶ୍ର ଗତ ଏପ୍ରିଲ୍ ୨୧ ତାରିଖ ଦିନ ଏହି ଜଜମେଣ୍ଟ ପ୍ରଦାନ କରିଥିଲେ l ପୀଡିତାଙ୍କ ପକ୍ଷରୁ
ସ୍ଵତନ୍ତ୍ର ସରକାରୀ ଓକିଲ ଜୟରାମ ମିଶ୍ର ମୁକଦ୍ଦମା କୁ ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ସୁଶାନ୍ତ ବାଗ ମକଦ୍ଦମା ପରିଚାଳନା କରିଥିଲେ l