-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ) ଭାରତ ସରକାରଙ୍କପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଦିନଦୟାଲ ଉପାଧ୍ୟାୟପଞ୍ଚାୟତସଶକ୍ତିକରଣ ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ୨୦୨୦-୨୧ ବର୍ଷ ନିମନ୍ତେ ଓଡ଼ିଶା ର ୮ଜିଲ୍ଲା ୧୪ଟି ବ୍ଲକ ଓ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି । ଏହି କର୍ମରେ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏହି ଖବର ମିଳିବା ପରେ ବ୍ଲକ ପ୍ରଶାସନ କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟିଛି।ତେବେ ଆସନ୍ତା ୨୪ ତାରିଖ ଜାତୀୟ ପଞ୍ଚାୟତିରାଜ ଦିବସ ରେ ତଥା ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଆଜାଦି ବା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେଏହି ପୁରସ୍କାର ପ୍ରଦାନ କରାଯିବ ବୋଲିସୂଚନା ଦିଆଯାଇଛି ।ଏଠାରେ ସୂଚନାଯୋଗ୍ୟ ଯେ ପଞ୍ଚାୟତ ରାଜ୍ ବ୍ୟବସ୍ଥା ରେ ଉତ୍ତମ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।