-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
ବରଗଡ଼:-ବରଗଡ଼ ସହରରେ ଲାଗି ରହିଥିବା ବିଦ୍ୟୁତ ସମସ୍ୟା ତଥା ମନମୁତାବକ ବିଦ୍ୟୁତ କାଟ ପ୍ରତିବାଦରେ ଆଜି ଆମ ଆଦମୀ ପାର୍ଟି ପକ୍ଷରୁ ଏକ ପ୍ରତିବାଦ ପତ୍ର ଜିଲ୍ଲାପାଳ ଅଫିସରେ ପ୍ରଦାନ କରାଯାଇଛି । ବିନା ନୋଟିସରେ ଘଣ୍ଟା ଘଣ୍ଟା ବିଜୁଳି ର ଲୁଚକାଳି ଖେଳରେ ବରଗଡବାସୀ ଅତିଷ୍ଟ ହୋଇ ଗଲେଣି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଲୋକେ ବାହାରକୁ ଯିବା କାଠିକର ପାଠ, ଠିକ ଏଇ ସମୟରେ ବାରମ୍ବାର ବିଜୁଳି କାଟ କରି ଲୋକଙ୍କୁ ହନ୍ତସନ୍ତ କରି ମାରୁତି
ବିଦ୍ୟୁତ ବିଭାଗ । ବିଦ୍ୟୁତ କାଟ ଅତି ବକେୟା ବିଲ ଅସୁଲି ନାମ ରେ ଟାଟା କମ୍ପାନୀର ଜୁଲମ ସତରେ ଯେମିତି ଇଂଗ୍ରେଜ ଶାସନ ପରି ମନେହୁଏ ।ଯାହାକୁ ତିବ୍ର ବିରୋଧ କରୁଛି ଆମ ଆଦମୀ ପାର୍ଟି । ଭାରତ ବର୍ଷର ଦିଲ୍ଲୀ ଭଳି ସମସ୍ତ ଙ୍କୁ 200 ୟୁନିଟ ବିଜୁଳି ଦେୟମୁକ୍ତ କରିବାକୁ ଦଳ ଦାବୀ କରିଛି । ଏହି ଅବସରରେ ଜିଲ୍ଲା ଆବାହକ ଭବାନୀ ସାହୁ, ପବିତ୍ର ଦେହେରୀ, ଅଲିମ ରିଜୱି, ଅଭୟ ସାମଲ, ଲକ୍ଷ୍ମୀ ସୁନା,ଘନ କୁମ୍ଭାର, ଚକ୍ର ବାଗ ,ସୁରେନ୍ଦ୍ର ସାଗର,ଭୀମସେନ ନାଗ ପ୍ରମୁଖ ଉପସ୍ଥିତ ଥିଲେ