-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
21-Apr-2022
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ୨୬ ନଂ ଜୋନ ର ବିଭିନ୍ନ ପଞ୍ଚାୟତ ଧୁମାଭଟା,ମଣ୍ଡଲ,ମଧ୍ୟପୁର,ସୁଲେକେଲା ପଞ୍ଚାୟତର ନିର୍ମାଣଧିନ ପାଣିଟାଙ୍କି ମାନଙ୍କର ପରିଦର୍ଶନ କରିଥିଲେ ୨୬ ନଂ ଜୋନର ଜିଲ୍ଲାପରିଷଦ ଶ୍ରୀମତି ଅନିମା ଦାଶ
ଅନେକ ଗୁଡ଼ିଏ ସମଶ୍ୟା ଦେଇ ଏହି ସବୁ ପ୍ରକଲ୍ପ ଗତିକରୁଥିବା ସେ ହୃଦୟଙ୍ଗମ କରିବା ସହିତ ପ୍ରସାଶନ ର ଉଦାସିନତା ଯୋଗୁଁ କୋଟି କୋଟି ଟଙ୍କାର ପ୍ରକଲ୍ପ କାର୍ଯ୍ୟକାରି ହେଉନଥିବା ସେ ଅଭିଯୋଗ କରିଛନ୍ତି ।
ବର୍ଷ ବର୍ଷ ଧରି ବିଭିନ୍ନ ପ୍ରକଲ୍ପ ନିର୍ମାଣ ହେଇକିିବି ଆଜି ପର୍ଯ୍ୟନ୍ତ ପଡ଼ିରହିଛି ,ପ୍ରସାଶନ ନିରବ ଦ୍ରଷ୍ଟା ସାଜିଛି ,ଧୁମାଭଟା ପାଣିଟାଙ୍କି କାମ ମନ୍ଥର ଗତିରେ ଚାଲିଛି ଲୋକ ପାଣି ପାଇଁ ହାହାକାର ହେଲେ ବି କାହାକୁ କାହାର କର୍ଣ୍ଣାପାତ ହେଉନାହିଁ ।ମଧ୍ୟପୁର ଗ୍ରାମର ପାଣିଟାଙ୍କି କୁ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହେଇପାରିଲା ନାହିଁ ନୁତନ ଟେଣ୍ଡର ହୋଇ କାମ ଚାଲୁଛି କିନ୍ତୁ ଏଠି ବି ସେ ସମାନ ଅବସ୍ଥା ।କେନକେବା ଗ୍ରାମରେ ନିର୍ମାଣ ହୋଇଥିବା କୁଅ ଲାନ୍ଥ ନଦି ସ୍ରୋତରେ ଭାଷି ଯାଇଛି ,ସୁଲେକେଲା ଗ୍ରାମର ପାଣିଟାଙ୍କି ୧୦ ବର୍ଷ ହେଲାଣି ଛିଡ଼ା ହୋଇଛି କିନ୍ତୁ ଏ ପର୍ଯ୍ୟନ୍ତ ପାଣି ଟୋପାଏ ପାଇ ପାରିଲେ ନାହିଁ ସୁଲେକେଲା ଗ୍ରାମବାସି
ଏସବୁ ଦେଖି ଉଦ୍ବେଗ ପ୍ରକାଶ କରିବା ସହିତ ବେଲପଡ଼ା ବ୍ଲକରେ ଜଲଯୋଗାଣ ପ୍ରକ୍ରିୟା ଉପରେ ବଡ଼ ପ୍ରଶ୍ନ ଚିହ୍ନ ମାରିଛନ୍ତି । ଜିଲ୍ଲା ପରିଷଦ
ତୁରନ୍ତ ସମସ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଲନତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପରିଷଦ ଶ୍ରୀମତି ଅନିମା ଦାସ ।
ଆଜିର ଏ ଗସ୍ତ କାର୍ଯ୍ୟକ୍ରମରେ ଧୁମାଭଟା ସରପଞ୍ଚ ଶ୍ରୀ ବନମାଲି ନାଏକ,ମଧ୍ୟପୁର ସରପଞ୍ଚ ଶ୍ରୀ ରାମଗୋପାଲ ନାଏକ,ସୁଲେକେଲା ସରପଞ୍ଚ ଶ୍ରୀ ଚିରାଗୁନ୍ , ଭାରତୀୟ ଜନତା ପାର୍ଟିର ୨୬ ନଂ ଜୋନ ସଭାପତି ଶ୍ରୀ କୁନୁ ମୁଣ୍ଡା ,ସାଂସଦ ପ୍ରତିନିଧି ଶ୍ରୀ ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।