-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
20-Apr-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲପଞ୍ଚାୟତ କଂସିଲ ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ବୁଧବାର ଉଦଯାପିତ ହୋଇଯାଇଛି ।ଏହି ଅବସରରେ ବ୍ଲକ ଗ୍ରାମ୍ୟ ଉନ୍ନୟନ ସମିତି ବ୍ଲକ ଫେଡରେସନ ସଭାପତି ଜୀବର୍ଦ୍ଧନ ସାହୁ,ଉପସଭାପତି ଦ୍ରୋଣ ସାହୁ,ଜୈବିକ ଚାଷୀ ତିରଞ୍ଜି ମେର୍ଲି,ବିରେନ୍ଦ୍ର ସାହୁ,ଦେବକୀ ମହାନନ୍ଦ, ସୌଭାଗ୍ୟ ଗହୀର,ସୁକାନ୍ତି ଭୋଇ, କନ୍ଧମାଳ ଓ ବରଗଡ଼ ଜିଲ୍ଲାର ଜୈବିକ ଚାଷୀ ନେତା ,ତଥା ଉତ୍ତରପ୍ରଦେଶ,ମହାରାଷ୍ଟ୍ର, ମଧ୍ୟପ୍ରଦେଶ ର ଚାଷୀ ନେତା ପ୍ରମୁଖ ଯୋଗ ଦେଇ ସ୍ୱଦେଶୀ ବିହନ ସୁରକ୍ଷା ନିମନ୍ତେ ଆନ୍ତରାଜ୍ୟ ସ୍ୱଦେଶୀ ବିହନ ସରକ୍ଷଣ୍ ସଂଗଠନ ନାମରେ ଏକ ଅନୁଷ୍ଠାନ ତିଆରି କରି କର୍ମକର୍ତ୍ତା ଚୟନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଏନଜିଓ ର ରାଜ୍ୟ ସଂଯୋଜକ ବସନ୍ତ କୁମାର ପାଣିଗ୍ରାହୀ, ଅମର କୁମାର ଗଉଡ଼ ଉପସ୍ଥିତ ଥିବା ବେଳେ ଅମ୍ବରିଷ ମିଶ୍ର, ଜିତେନ୍ଦ୍ର ଭୋଇ, କିଶୋର ଦାଶ୍,ଲିଙ୍ଗ ପାତ୍ର, ବିନୋଦିନି ନାଏକ,ପୁଷ୍ପା ବାରିକ, ବାସନ୍ତୀ ସାହୁ,ଥବିର ଜନୀ,ହେମନ୍ତ ସାହୁ,ଜଗନ୍ନାଥ ଭୋଇ,ରାଜେନ୍ଦ୍ର ସା,ପ୍ରବୀଣ ଭୋଇ, ନୀଳକଣ୍ଠ ପାତ୍ର,କମଳ ଧ. ମାଝୀ, ଜନ୍ମେଜୟ ରାଉତ,ତିଳେଶ୍ୱର ଗୌଡ଼, ସହଯୋଗ କରିଥିଲେ।ମେଳା ରେ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିଲେ ଓ ଜଗଦୀଶ ପ୍ରସାଦ ରଣା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ତିନି ଦିବସିୟ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୫ ଟି ପ୍ରଦର୍ଶନୀ ଷ୍ଟଲ ଲଗାଯାଇ ପାରମ୍ପରିକ ବିହନ ଓ ଖାଦ୍ୟର ପ୍ରଚାର ପ୍ରସାର କରାଯାଇଥିଲା