-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
19-Apr-2022
ଲୋଇସିଂହା, (ବିନୋଦ କୁମାର ଦୀପ) କେନ୍ଦ୍ର ସରକାରଙ୍କ ଦ୍ଵାରା ଆଶ୍ରୟହୀନ ଗରିବ ଲୋକଙ୍କ ବାସଗୃହ ତଥା ବାର୍ଦ୍ଧକ୍ୟ ସମୟରେ ପେନସନ ର ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ କ୍ଷେତ୍ର ଜନସଂପର୍କ କାର୍ଯ୍ୟାଳୟ ଭବାନୀପାଟଣା ଆନୁକୁଲ୍ୟରେ ଲୋଇସିଂହା ବ୍ଲକ ସ୍ଥିତ ଉପରବାହାଲ ଗ୍ରାମପଞ୍ଚାୟତ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଳିଙ୍ଗ ଯୋଗ ଦେଇଥିବାବେଳେ ଅତିଥି ବକ୍ତା ଭାବରେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାମଚନ୍ଦ୍ର ଖାଡିଆ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଜୟ କୁମାର ହୋତା, ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ଶ୍ରୀ ରଞ୍ଜନ ସାହୁ, ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ୍ ର ଆଞ୍ଚଳିକ କାର୍ଯ୍ୟାଳୟ ଆର୍ଥିକ ଅନ୍ତର୍ଭୁକ୍ତକିରଣ ମେନେଜର ଶ୍ରୀ ଓମପ୍ରକାଶ ମୁଣ୍ଡ ପ୍ରମୁଖ ଯୋଗଦେଇ ଆଗାମୀ ବର୍ଷ ସୁଦ୍ଧା ସମସ୍ତଙ୍କୁ ଘର ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନ ଭିତ୍ତି ରେ ଗ୍ରାମୀଣ ପ୍ରଧାମନ୍ତ୍ରୀ ଆବାସ ଯୋଗାଇ ଦେବା ସହିତ MGNRGA ର ଅର୍ଥ ତଥା ସ୍ୱଚ୍ଛ ଭାରତ ମିଶନରୁ ସ୍ଵଚାଳୟ ନିମନ୍ତେ ଅର୍ଥ ଏହା ସହିତ ଉଜ୍ଜ୍ବଲା ଯୋଜନା ମାଧ୍ୟମରେ ଗ୍ୟାସ୍, ବିଜୁଳି ସଂଯୋଗ ଏବଂ ଜଳ ଜୀବନ ମିଶନ ମାଧ୍ୟମ ରେ ଥିବା ନିରାପଦ ପାନୀୟ ଜଳଯୋଗାଣ ଇତ୍ୟାଦି ଗ୍ରାମୀଣ ଲୋକଙ୍କୁ ପ୍ରଦାନ କରିବା ବ୍ୟବସ୍ଥା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ, ଏହା ସହିତ ଅଟଳ ପେନସନ ଯୋଜନା ମାଧ୍ୟମରେ ୬୦ ବର୍ଷ ପରେ ସାଧାରଣ ବ୍ୟକ୍ତି ନିଜେ ଏବଂ ଏହାଙ୍କର ନିଜର ଜୀବନ ସାଥି ପ୍ରତିମାସ ରେ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପାଇବାର ସମ୍ପର୍କରେ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଗ୍ରାମବାସୀ ମାନଙ୍କ ଦ୍ଵାରା ଏକ ସଚେତନତା ରାଲି ଉପରବାହାଲ ଗ୍ରାମ ପରିଭ୍ରମଣ କରାଯାଇଥିଲା l କୁଟୁରାପାଳି, ସରଗାଡ, ଉପରବାହାଲ ହାଇସ୍କୁଲ୍ ରେ ବକ୍ତୃତା ପ୍ରତିଯୋଗିତା ତଥା ଭୋଇପାଲି ଏବଂ ଉପରବାହାଲରେ ରଙ୍ଗୋଲି ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯିବା ସହ ସମାଜସେବୀ ଜିତୁ ସାହୁ ଓ ଅନନ୍ତ ସାହୁଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା l ଭାରତ ସରକାର ଙ୍କ କଳାକାର ମାନଙ୍କ ଦ୍ଵାରା ସୂଚନାଧର୍ମି ନାଚ ଏବଂ ଗୀତ ପରିବେଷଣ କରାଯାଇଥିଲା l କାର୍ଯ୍ୟକ୍ରମରେ ଉପରବାହାଲ ସରପଞ୍ଚ ଖିରାଦ୍ଧି ସାହୁ,ପଞ୍ଚାୟତ ସମିତି ସଭ୍ୟ ଝିଲି ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ବେଛାସେବୀ ଅନନ୍ତ ସାହୁ, ସରୋଜ ମହାକୁର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l