-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
13-Apr-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : କୋଭିଦ କଟକଣା ଉଠିବା ପରେ ଓଡିଶା ସରକାର ବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଦୁଇବର୍ଷ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁନଥିଲେ ତେଣୁ ଅଧିକାଂଶ ଛାତ୍ରଛାତ୍ରୀ ବର୍ତ୍ତମାନ ବିଦ୍ୟାଳୟ ମୁଁହା ହେଉନାହାନ୍ତି।ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ମନସ୍କ କରିବା ପାଇଁ ସମଗ୍ର ଶିକ୍ଷା ବଲାଙ୍ଗୀର ଆନୁକୂଲ୍ୟରେ ସୋମବାର ଦିନ ତୁରେକେଲା ବ୍ଳକରେ ଶିକ୍ଷା ସଚେତନତା ରଥ ଗଡିବା ଆରମ୍ଭ ହୋଇଥିଲା।ଆଜି ତୃତୀୟ ଦିନରେ ହିଁଆଲ
କ୍ଳଷ୍ଟରର ଚଟୁଅନକା ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସରପଞ୍ଚ ଶ୍ରୀ ଜ୍ଞାନ ରଞ୍ଜନ ତାଣ୍ଡି, ନାଏବ ସରପଞ୍ଚ କୌଶଲ୍ୟା ରଣା, ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶ, ସିଆରସିସି ଅମରେନ୍ଦ୍ର କୁମାର ବାଗ,ଗୁରୁ ପ୍ରସାଦ ଛତ୍ରିଆ, ଗଜୟ କୁମାର ଦାଶ,ପ୍ରଧାନ ଶିକ୍ଷକ ଜଗତରାମ ତାଣ୍ଡି, ଥମିର ଛତ୍ରିଆ, ହୀରାଧର ବଏ ଯୋଗ ଦେଇ ଆସ ଆମେ ସ୍କୁଲକୁ ଯିବା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସହଦେବ ପନିକା,ସହଦେବ ମାଝୀ, ଶିକ୍ଷକ ରାଜେନ୍ଦ୍ର ସେଠ,ସୁଶାନ୍ତ ମାଝୀ, ସୌରଭ ବେହେରା,ଶିକ୍ଷୟିତ୍ରୀ ଜାହ୍ନବୀ ଭୋଇ,ଭି କ୍ରିଷ୍ଣା ରାଓ,ବର୍ଷାରାଣୀ ମିଶ୍ର, ମିନାକ୍ଷୀ ପାଣ୍ଡେ, ବିଜୟା ପାଢୀ, ଶ୍ୱେତା ବାଗ,ଭାରତୀ ଦାସ,ସବିତା ପାଣିଗ୍ରାହୀ ସମେତ ଅଭିଭାବକ, ପିତାମାତା, ଶିକ୍ଷାପ୍ରେମୀ ଯୋଗ ଦେଇଥିଲେ।ରଥକୁ ପୂଜାର୍ଚ୍ଚନା କରି ସ୍ୱ।ଗତ କରିବା ପରେ ଚଟୁଅନକା, କୁର୍ଲି ଓ ବେହେରେନ ସିଲେଟ ପରିକ୍ରମା କରିବା ସହିତ ହିଁଆଲ, ମହୁଲ ବାହାଲି ଓ ମାଙ୍କଡ଼ ଚୁଁଆ କ୍ଳଷ୍ଟରର ସମସ୍ତ ଗ୍ରାମ ପରିଭ୍ରମଣ କରିଥିଲା।ଏହି ସଭାକୁ ଶ୍ରୀ ବିରଂଚି ନାରାୟଣ ଦାଶ ମଞ୍ଚ ପରିଚାଳନା ଓ ଶ୍ରୀ ଗଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।