-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
13-Apr-2022
ବରଗଡ଼(ନିରଞ୍ଜନ ତ୍ରିପାଠୀ) ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅଧିନରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁକୁରାମୁଣ୍ଡା ଆନୁକୁଲ୍ୟରେ ୦୧.୦୪.୨୦୨୨ ତାରିଖ ଠାରୁ ୧୫.୦୪.୨୦୨୨ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୱଚ୍ଛତା ପକ୍ଷ ପାଳନ କୁ ବ୍ୟାପକ ଭାବେ ସଫଳ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍କୁଲ କୁ ଯାଇ ହାତଧୂଆ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଗ୍ରାମ ମାନଙ୍କୁ ସଫାସୁତୁରା ସାଙ୍ଗକୁ ପଡୋଶୀ ଙ୍କୁ ସ୍ୱଚ୍ଛତା ବିଷୟରେ ଅବଗତ କରିବାକୁ ଶିକ୍ଷା ପ୍ରଦାନ କରିବା ସହିତ ଏକ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ସଚେତନ କରୁଥିବାର ଜଣାପଡିଛି ।ଏ ପ୍ରସଙ୍ଗରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବୁକୁରାମୁଣ୍ଡା ଠାରେ କାର୍ଯ୍ୟରତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀମାନ ତୁଷ କୁମାର ଚନ୍ଦ୍ରକାର,ବି.ପି.ଏମ ଶ୍ରୀ ରେବତୀ ମୋହନ ଜେନା ତଥା ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ ଙ୍କ ତତ୍ବାବଧାନରେ ସ୍ୱଚ୍ଛତା ପକ୍ଷ ପାଳନ ଉପରେ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶିକ୍ଷଣୀୟ ବିଷୟରେ ଆଲୋକପାତ କରିଥିଲେ ।ପରେ
ଗାଁ ର ଆଶାକର୍ମୀ ଶ୍ରୀମତୀ ପଦ୍ମା ବିଶ୍ୱାଳ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ହାତଧୁଆ ର ସାତଗୋଟି ଷ୍ଟେପ କୁ ନେଇ ନିଜେ ହାତଧୁଆ ଦେଖାଇବା ସହିତ ଛାତ୍ର ଛାତ୍ରୀ ମାନେ କେତେ ଯେ ଏନେଇ ମନେ ରଖି ପାରିଲେ ସେ ଉପରେ ଶ୍ରୀମାନ ଚନ୍ଦ୍ରକାର ଜଣେ ଛାତ୍ରୀ ଙ୍କୁ ଡାକି ହାତଧୂଆ କାର୍ଯ୍ୟକ୍ରମ ର ସାତଟି ଷ୍ଟେପ ଦେଖାଇବାକୁ କହିଥିଲେ ।ପରେ କୁଇଜ୍ ପ୍ରଶ୍ନ ପତ୍ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶ୍ରେଣୀ ରେ ପରୀକ୍ଷା ପତ୍ର ବଣ୍ଟନ କରାଯାଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଭାବେ ତିନିଜଣ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ପରେ ଏକ ଶୋଭାଯାତ୍ରାରେ ରେ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ବାହାରି ସ୍ୱଚ୍ଛତା ର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଗ୍ରାମପରିକ୍ରମା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମାନ ଫକିର ମୋହନ ସାହୁ ଙ୍କ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷକ ତଥା କର୍ମଚାରୀ ମାନେ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ଶେଷ ରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁକୁରାମୁଣ୍ଡା ତରଫରୁ ଧନ୍ୟବାଦ ଦିଆଯାଇଛି