-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
13-Apr-2022
କୋଦଳା(ଉମା ମହାରଣା) :ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ କୋଦଳା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ରେ ଉଦଯାପିତ ହୋଇଯାଇଛି ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର |ଉକ୍ତ ଉଦଯାପନୀ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ.ସିମାଞ୍ଚଳ ମୁନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗଣିତ ଅଧ୍ୟାପକ ଦତ୍ତରାମ ବିଶୋଇ,ପଦାର୍ଥ ବିଜ୍ଞାନ ଅଧ୍ୟାପକ ମିହିର କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା କୌଶଳ ସମ୍ବଦ୍ଧିୟ ସମସ୍ତ ଆବଶ୍ୟକତା ଉପରେ ଅବଗତ କରାଇଥିଲେ |ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ କାଳିନ୍ଦୀ ଚରଣ ଦାସ, ଅଧ୍ୟାପିକା ମୌସୁମୀ ମିଶ୍ର,ଅନିଲ ସାହୁ, ଆଦିତ୍ୟ ପ୍ରସାଦ ମହାପାତ୍ର,ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ |ତାଲିମ ଶିବିର ର ସଂଯୋଜକ ଶାସାଲିପି ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଉକ୍ତ ଶିବିର ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହୋଇଥିବାରୁ ସମସ୍ତ ଅତିଥି ଖୁସି ବ୍ୟକ୍ତ କରିଥିଲେ | ମାଷ୍ଟର ଟ୍ରେନର ଭାରତୀ ଗୌଡ଼, ପୂଜାରାଣୀ ଦାସ ଉକ୍ତ ଶିବିର ରେ ଆତ୍ମ ସୁରକ୍ଷା ସମ୍ବଦ୍ଧିୟ ସମସ୍ତ କୌଶଳ ପ୍ରଦାନ କରିଥିଲେ |ପରି ଶେଷରେ ଅତିଥି ମାନଙ୍କ ଦ୍ୱାରା ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ତାଲିମ ର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା |ଏହି ଶିବିର ରେ ସୁଦେସ୍ନା ପ୍ରଧାନ ସହଯୋଗ କରିଥିଲେ |( ଉମା ମହାରଣା - କୋଦଳା )