-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
09-Apr-2022
ପାଟଣାଗଡ଼ (ପୂର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩, ଆଇ ସି ଡ଼ି ଏସ ଯୋଜନା, ମମତା ଯୋଜନାର ୨୦୨୦-୨୧ ଆର୍ଥିକ ବର୍ଷର ବ୍ଲକସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି।କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ସମ୍ମାନିତ ଅତିଥି ରୂପେ ବ୍ଲକ ଅଧକ୍ଷ୍l ଟିନା କୁମ୍ଭାର,ଉପାଧକ୍ଷl ଦୁର୍ୟୋଧନ କୁମ୍ଭାର, ବିଧାୟକ ପ୍ରତିନିଧି ଗଣେଶ କୁମ୍ଭାର, ଜିଲା ପରିଷଦ ସଦସ୍ୟ ଜୟ ଧାରୁଆ, ସିଡିପିଓ ମୃଣ୍ମୟୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ଏପିଓ ସନ୍ତୋଷ କୁମାର ପଧାନ ବିବରଣୀ ପଠନ ସହ ୨୦୨୦-୨୧ ଆର୍ଥିକ ବର୍ଷରେ ବ୍ଲକ ରେ ହୋଇଥିବା ମନରେଗା ଯୋଜନାର ପ୍ରକଳ୍ପ ଗୁଡିକ ଉପରେ କହିଥିଲେ, ସେହିପରି ସିଡ଼ିପିଓ ଭୋଇ ଆଇସିଡିଏସ ଓ ମମତା ଯୋଜନାର ବିବରଣୀ ପଠନ କରିଥିଲେ।ଯୋଗାଣ ବିଭାଗ ଡିଇଓ ଜାତୀୟ ଖାଦ୍ୟ ସୁରକ୍ଷା
ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଉପରେ ବିବରଣୀ ପଠନ କରିଥିଲେ। ସାମାଜିକ ସମୀକ୍ଷା ସମୟରେ ଦେଖାଯାଇଥିବା ଅନିୟମିତତା ଉପରେ ବିବରଣୀ ପ୍ରଦାନ କରାଯାଇଥିବା ବେଳେ ଜନସାଧାରଣ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ।ଏହି ଅବସରରେ ମନରେଗା ଯୋଜନାରେ ତିନିସହ ଦିନ ପୂରଣ କରିଥିବା ୧୭ ଶ୍ରମିକଙ୍କୁ ବ୍ଲକ ପ୍ରଶାସନ ତରଫରୁ ଅତିଥି ମାନେ ଟୋପି ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଜନ ଶୁଣାଣି ରେ ପଂଚାୟତ ପ୍ରତିନିଧି, ଇଓ, ଜିଆରଏସ, ସୁପର ଭାଇଜର, ଅଙ୍ଗନବାଡି କର୍ମୀ, ଯୋଗାଣ ସହାୟକ, ଅଣକୁଶଳୀ ଶ୍ରମିକ, ଭିଆରପି ମାନେ ଉପସ୍ଥିତ ଥିଲେ।ଶେଷରେ ବ୍ଲକ ସାମାଜିକ ସମୀକ୍ଷକ ଅଭୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।