-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
07-Apr-2022
ପାଟଣାଗଡ (ପ୍ରେରଣା ଖବର) ସ୍ବର୍ଗତ ଭକ୍ତବନ୍ଧୁ ନାୟକଙ୍କ ଅସମୟରେ ଇହଲୀଳା ସମ୍ବରଣ କରିବା ଜିଲ୍ଲା ତଥା ରାଜ୍ୟ ବିଜେପିକୁ ସ୍ତବ୍ଧ କରିଛି l ତାଙ୍କ ଅନୁପସ୍ଥିତିରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ହୋଇ ରହିବ lବିଜେପି ନିଜର ଏକ ଦୃଢ଼ ସଂଗଠକ ହରେଇବା ସଂଗେ ସଂଗେ ଜିଲ୍ଲାବାସୀ ଜଣେ ଦରଦୀ ବନ୍ଧୁଙ୍କୁ ହରେଇଲେ l ତାଙ୍କ ଅସମୟ ବିୟୋଗରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ, ତଥା ବରିଷ୍ଟ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ଗଭୀର ଶୋକ ବ୍ୟକ୍ତ କରିବା ସଂଗେ ସଂଗେ ତାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି l