-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
07-Apr-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ସ୍ଥିତ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି।ଏଥିରେ ବିଡ଼ିଓ ପ୍ରିୟଦର୍ଶନୀ ମିର୍ଧା, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାଶ୍,ଆୟୁଷ ଡାକ୍ତର ମଧୁସ୍ମିତା ପତି,ବିଡିଏମ ନୀତିଶ କୁମାର ଦତ୍ତା, ପ୍ରତାପ ସାହୁ,ଓ ଜନ ଆରୋଗ୍ୟ ସମିତିର କର୍ମ କର୍ତ୍ତା ଯୋଗଦେଉ ଉତ୍ତମ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରିଥିଲେ।ଏହି ଅବସର ରେ ଜନ ଆରୋଗ୍ୟ ସମିତି ର ବ୍ୟୟ ବରାଦ କରାଯିବା ସହ ଡାକ୍ତର ଖାନା ର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଗୁଡିକ ଅନୁମୋଦନ କରାଯାଇଥିବା ଭାର ପ୍ରାପ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ କିଶୋର ଦାଶ୍ ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ସାହୁ, ସୁନୀଲ ବାଗ ସହଯୋଗ କରିଥିଲେ।