-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
04-Apr-2022
ପଦ୍ମପୁର:-ରାଜବୋଡାସମ୍ବର କୃଷକ ସଂଗଠନ ର ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଯାଉଥିବା ଗାଇସିଲେଟ ବ୍ଳକ,ରାଜବୋଡାସମ୍ବର ବ୍ଳକ, ବିଜେପୁର ବ୍ଳକ, ଝାରବନ୍ଧ ବ୍ଲକ ତଥା ପାଇକମାଲ ବ୍ଳକ ର ଶତାଧିକ ଚାଷୀ ପୂର୍ବ ନିର୍ଦ୍ଧାରିତ ସମୟ ଓ ଦିବସ ଅନୁସାରେ ଏକତ୍ରିତ ହୋଇ ପଦ୍ମପର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ତାଲା ଦେବାସହ କାର୍ଯ୍ୟାଳୟ ସମ୍ମୁଖରେ ରେ ଧାରଣାରେ ବସିଛନ୍ତି । ସଂଗଠନ ର ମଙ୍ଗୁଆଳ ଶ୍ରୀମାନ ଅଶୋକ ସାହୁ , ବରଗଡ ଜୟକିଶାନ ଆନ୍ଦୋଳନ ର ପୂର୍ବତନ ସମ୍ପାଦକ ରମେଶ ମହାପାତ୍ର ତଥା ଆଞ୍ଚଳିକ କୃଷକ ସଂଗଠନ ର ନେତା ଲିଙ୍ଗରାଜ ପ୍ରଧାନ ଙ୍କୁ ଏ ନେଇ ପଚାରିବାରୁ ସେମାନେ କହନ୍ତି ଯେତେଦିନ ଯାଏଁ ଚାଷୀଭାଇ ମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ହେବନି ସେତେଦିନ ଯାଏଁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ତାଲା ଝୁଲୁଥିବା ସହ ଆମେ ଏଠାରୁ ହଟିବୁ ନାହିଁ । ସରକାର ତଥା ଜିଲ୍ଲାପ୍ରଶାସନ ଙ୍କ ମିଥ୍ୟା ପ୍ରତିଶୃତି କୁ ଆଉ କେତେଦିନ ଆମେ ବରଦାସ୍ତ କରିବୁ ।ଦାବୀ ଗୁଡିକ ହେଲା-୧-ଗତ ଖରିଫ ଋତୁରେ ବର୍ଷାଭାବ ହେତୁ ସମ୍ପୂର୍ଣ୍ଣ ମରୁଡି ସୃଷ୍ଟି ହୋଇଥିବାବେଳେ ଅଦ୍ୟାବଧି ଜାଣିଶୁଣି ସରକାର ନିରବ ତେଣୁ ମରୁଡି ଘୋଷଣା ସମେତ ମରୁଡି ସହାୟତା ରାଶି ପ୍ରଦାନ ୨-ବୀମା କ୍ଷେତ୍ରରେ ରିଜେକ୍ଟ ରିଭର୍ଟ ନାଟକ ବାଜି ବନ୍ଦ କରି ତୁରନ୍ତ ଚାଷୀ ଙ୍କୁ ବୀମା ରାଶି ପ୍ରଦାନ ୩-କୃଷି କ୍ଷେତ୍ରରେ ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ୪-ଜଳକର ଆଧାର ରେ ଚାଷୀ ଙ୍କ ଠାରୁ ବିଲ ନେବା ଆଦି ରହିଛି ।