-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
02-Apr-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜିଲା ସଦର ମହକୁମାରେଅବସ୍ଥିତ ନବନିର୍ମିତ ଟାଉନହଲ ଠାରେ ଜିଲା ସ୍ତରୀୟ ଓଡିଶା ଦିବସ ଓ ଜିଲା ପ୍ରତିଷ୍ଠା ସମାରୋହ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗ ଦେଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଭାଷା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଅବୋଲି ସୁନିଲ ନରୱଣେ
ଅଧ୍ୟକ୍ଷତା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧୀକ୍ଷକ ଅମରେଶ କୁମାର ପଣ୍ଡା, ଅତିରିକ୍ତ ଜିଲାପାଳ (ରାଜସ୍ବ) ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲାପାଳ (ସାଧାରଣ) ନିଶି ପୁନମ ମିଞ୍ଜ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ଉପ ଜିଲାପାଳ ନିହାର ରଞ୍ଜନ କହଁର ଯୋଗ ଦେଇଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାପତି ପଣ୍ଡା ଏହାକୁ ସଂଯୋଜନା କରିଥିଲେ। ଆରମ୍ଭରେ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ବତ ତ୍ରିପାଠୀ ଓ ତାଙ୍କ ସାଥୀ ବନ୍ଦେ
ଉତ୍କଳ ଜନନୀ ଗାନ କରିଥିଲେ । ପୂର୍ବରୁ ଅନୁଷ୍ଠିତ ଓଡିଆ ତର୍କ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ରାମପୁର ହାଇସ୍କୁଲର ଜ୍ୟୋସ୍ନାମୟୀ ନାଗ, ସରସ୍ବତୀ ଶିଶୁ ମନ୍ଦିରର ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ବୀରମହାରାଜପୁର ହାଇସ୍କୁଲର ବିଶ୍ବରୂପା ସାହୁ ଓ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ କୋଟସମଲାଇ ଜଗନ୍ନାଥ ଏକାଡେମୀର ଶର୍ମିଷ୍ଠାରାଣୀ ବିଶି, ସୁବଳୟା ହାଇସ୍କୁଲର ସଜ୍ଜିତା ମେହେର ଓ ମେଣ୍ଡା ହାଇସ୍କୁଲର ଅଭିଜିତ ପାଣିଗ୍ରାହୀଙ୍କୁ ପୁରସ୍କୃତ କରାଯାଇଥିଲା । ଆଜି ଭୋର ସମୟରେ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନନୀ ବନ୍ଦନା ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା । ପରେ ଜିଲା ସଦର ମହକୁମାରେ ଥିବା ମହାପୁରୁଷ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସଭା ରେ ସ୍ୱଚ୍ଛ ଭାରତ ସଂଗଠନ, ସଂସ୍କାର ଭାରତୀ, ବାପୁଜୀ କ୍ଲବ, ବୁଢା ରଜା କ୍ଳବ, ସହର ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ , ସ୍ବେଛାସେବୀ ଅନୁଷ୍ଠାନ, କ୍ଳବ ର ସଦସ୍ୟ ଙ୍କ ସମେତ ସହର ର ବୁଦ୍ଧିଜୀବୀ, ଗଣମାଧ୍ୟମ, ସାହାରା ଟ୍ରଷ୍ଟ ହାଇସ୍କୁଲ, ମହାରାଜା ହାଇସ୍କୁଲ, ବାଳିକା ହାଇସ୍କୁଲ, ଆଦର୍ଶ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେଇ ମଃ ମିଳିତ ଭାବେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ l l