-+91-9937148622 |
prerana_bgr@rediffmail.com |
Monday 31st August 2026 |
R.N.I. Regd No. ODIODI/2010/46693
Breaking News
31-Mar-2022
ଲୋଇସିଂହା, ଲୋଇସିଂହା ପଂଚାୟତ ସୁଜିଆ ଅଧିନସ୍ଥ ଶିବ ମନ୍ଦିର ପାଖରେ ସମାଜସେବୀ ତନୁଜ ସାହୁଙ୍କ ମାଆ ସୁଷମା ସାହୁଙ୍କ ପ୍ରତିମୂର୍ତ୍ତି ତଥା ତାଙ୍କର ସ୍ମୃତି ଉପଲକ୍ଷେ ମିର୍ଧା ସମାଜର କଥାକୁ ରକ୍ଷାକରି ଗତକାଲି ଏକ ନୂତନ ବୁଢ଼ାରାଜା ମନ୍ଦିର ପ୍ରତିଷ୍ଠା କରିଛନ୍ତି l ତନୁଜ ସାହୁଙ୍କୁ ବିଶେଷ ସହଯୋଗ କରିଛନ୍ତି ଗଣେଶ ପଧାନ l ତନୁଜ କହିବା ଅନୁଯାୟୀ ୨୦୦୭ରେ ସୁଷମା ସାହୁ ଲୋଇସିଂହାରୁ ସରପଞ୍ଚ ପାର୍ଥୀଭାବେ ଛିଡା ହୋଇଥିବା ସମୟରେ ମିର୍ଧା ସମାଜକୁ ଏକ ବୁଢାରଜା ମନ୍ଦିର ତିଆରି ପାଇଁ ପ୍ରତିଶୃତି ଦେଇଥିଲେ l ବର୍ତମାନ ତାହାକୁ କାର୍ଯ୍ୟରେ ପରିଣତ କରିଛନ୍ତି ତାଙ୍କ ପୁତ୍ର ତନୁଜ ସାହୁ l ମନ୍ଦିର ପ୍ରତିଷ୍ଠା ବେଳେ ଯଜ୍ଞ, ମୀନାବଜାର, ଅଷ୍ଟପ୍ରହରୀ ଦେଖିବାକୁ ମିଳିଵା ସହ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି l