-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
30-Mar-2022
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗ୍ରାମରେ ରାଜନୈତିକ ହିଂସାକାଣ୍ଡ ଯୋଗୁଁ ୩ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସଂଶ୍ଳିଷ୍ଟ ଅନ୍ୟ ୯ଜଣଙ୍କୁ ତୁରନ୍ତ ଗିରଫ ଦାବିନେଇ ଆଜି (ଗଣ୍ଡା) ଦଳିତ ସମାଜର କର୍ମକର୍ତ୍ତା ଓ ପଡ଼ାବାସି ବିନିକା ଥାନାକୁ ଆସି ପୁଣିଥରେ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉଜି ଗତ ୧୨ତାରିଖରେ ବିନିକା ବ୍ଲକ ଅଧ୍ୟକ୍ଷା ନିର୍ବାଚନ ପରେ ନିର୍ବାଚିତ ଅଧ୍ୟକ୍ଷାଙ୍କ ସମର୍ଥକ ମାନେ ଚରଦା ଗ୍ରାମରେ ବାଣ ଫଟକା ଫୁଟାଇ ରାତିରେ ଉତ୍ସବ ମନାଇଥିଲେ | ପରେ ଗ୍ରାମର ହରିଜନପଡା ଓ ନୂଆଁପଡାକୁ ଯାଇ ସେଠାକାର ମହିଳା ଏବଂ ଲୋକ ମାନଙ୍କୁ ତମେ ଆମକୁ ଭୋଟ ନଦେଇ ସମର୍ଥନ କଲନାହିଁ ବୋଲି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରି ଧମକ ଚମକ ଦେଇଥିବା ବିନିକା ଥାନାରେ ଅଭିଯୋଗ ହୋଇଥିଲା | ସେହିପରି ହରିଜନ ପଡାରେ ଲାଗିଥିବା ସୋଲାର ପମ୍ପର ପାଇପ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି | ଏନେଇ ଶୋଭାଗିନୀ କୁମ୍ଭାରଙ୍କ ସମେତ ପ୍ରାୟ ୫୦ଜଣ ମହିଳା ଗ୍ରାମର ଦୀପକ ବାରିକ,ଗୁଲେଖ ଥନାପତି,ପେଟୁ ଥନାପତି,ପ୍ରତାପ ସାଲମା, ଗନସ ବାଘ,ପଞ୍ଚାନନ ଥନାପତି,ସଦାନନ୍ଦ ନେଗି,ରଞ୍ଜନ ଷାଣ୍ଡ,ସୁରେନ୍ଦ୍ର ସେଠୀ,ଖିର ଥନାପତି, ଟିଙ୍କଲ ଥନାପତି,ପଞ୍ଚା ଥନାପତି ଆଦି ୧୨ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ | ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା | ଏନେଇ ବିନିକା ଥାନାରେ ଏକ ମାମଲା ରୁଜୁ ହେବା ସହିତ ଏହି ଘଟଣାରେ ସଂପୃକ୍ତ ୧୨ଜଣଙ୍କ ମଧ୍ୟରୁ ଦୀପକ ବାରିକ,ଗୁଲେଖ ଥନାପତି, ପେଟୁ ଥନାପତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା | ଘଟଣା ଘଟିବାର ୧୮ଦିନ ବିତି ଯାଇଥିଲେ ମଧ୍ୟ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୯ଜଣ ବ୍ୟକ୍ତିଙ୍କୁ ପୋଲିସ ଧରିପାରିନାହିଁ ।ଯାହା ଫଳରେ ପଡ଼ାବାସୀଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଛି । କିଛିଦିନ ତଳେ ଅର୍ଥାତ ୧୬ତାରିଖରେ ଭୀମସେନା ରାଜ୍ୟ ସଭାପତି ସମ୍ରାଟ ସୁରଜଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସମ୍ପାଦକ ରାଧେଶ୍ୟାମ ବାଦି,ସୁବର୍ଣ୍ଣପୁର ଜିଲ୍ଲା ସଭାପତି ବଳଦେବ ଆଜାଦ ରାବଣ,ଉପ ସଭାପତି ପ୍ରଶାନ୍ତ ନାଗ,ଡୁଙ୍ଗୁରିପାଲି ବ୍ଲକ ସଭାପତି କାର୍ତ୍ତିକ ମହାନନ୍ଦ ଏବଂ ଚରଦା ଗ୍ରାମର ଉଭୟ ପଡ଼ାବାସି ବିନିକା ଥାନାକୁ ଆସି ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଦାବି କରିଥିଲେ । ସେହିପରି ଆଜି ପୁନର୍ବାର ଉକ୍ତ ଘଟଣାକୁ ନେଇ ଦଳିତ ସମାଜର ସମସ୍ତ ସଦସ୍ୟଙ୍କ ସହିତ ମହିଳା ଓ ପୁରୁଷ ବିନିକା ଥାନାର ଦ୍ବାରସ୍ଥ ହୋଇ ଥାନା ଅଧିକାରୀଙ୍କୁ ଭେଟି ଘଟଣାରେ ସଂପୃକ୍ତ ୯ଜଣ ବ୍ୟକ୍ତି ଅବାଧ ଓ ନିର୍ଭିକ ଭାବରେ ବୁଲୁଛନ୍ତି ତେଣୁ ସେମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ।