-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
17-Nov-2020
କଳାହାଣ୍ଡି / କୋକସରା( ତ୍ରିନାଥ ବେଶ୍ରା)
ସମଗ୍ର ବିଶ୍ୱରେ ମହାମାରୀ କରୋନା ସମସ୍ତଙ୍କୁ ଆତଙ୍କିତ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ 19 ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କଳାହାଣ୍ଡି ଜିଲ୍ଲା ରେ କୋଭିଡ -19 ମହିଳା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ଦିଆଯାଇଥିଲା ।ମହାମାରୀ ସମୟରେ କୋଭିଡ ସ୍ୱାସ୍ଥ୍ୟ କର୍ମୀ ମାନେ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ । କିନ୍ତୁ ଏହାପରେ ଏମାନଙ୍କୁ 90 ଦିନ ପରେ କାର୍ଯ୍ୟରୁ ଅନ୍ତର କରିଦିଆଯାଇଥିଲା ।ଏହାପରେ ସ୍ୱାସ୍ଥ୍ୟ କର୍ମୀମାନେ ବେରୋଜଗାର ହୋଇ ଯାଇଛନ୍ତି ।ସ୍ଵାସ୍ଥ୍ୟ କର୍ମୀମାନେ ଆଜି ଅସନ୍ତୋଷ ପ୍ରକାଶ କରି ଜିଲ୍ଳାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାର ଙ୍କୁ ତୀବ୍ର ନିନ୍ଦା କରିଛନ୍ତି ।ପୁନଃ ନିଯୁକ୍ତି ନ ଦେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସଭାନେତ୍ରୀ-ପୂର୍ଣ୍ଣ ମି ନା ଏକ ସଂପାଦିକା-ସ୍ୱର୍ଣ୍ଣଲତାରଣା କହିଛନ୍ତି ଓ ଆନ୍ଦୋଳନ କାରୀ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ପ୍ରକାଶ କରିଛନ୍ତି l