-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
24-Mar-2022
ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ମଣ୍ଡଳ ଗ୍ରାମର ଯୁବକବି ଆଶୁତୋଷ ଠାକୁର,(ବାବୁଲୁ) କଟକସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନ ହଲ ଠାରେ ଅନୁଷିତ ଶ୍ରୀଚନ୍ଦନ ସାହିତ୍ୟ ସସଂଦର ୪୫ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବରେ ରାଜ୍ୟସ୍ତରୀୟ ମନସ୍ୱିନୀ ବାଣୀପୁତ୍ର ସମ୍ମାନ -୨୦୨୨ ରେ ସମ୍ମାନିତ ହୋଇଇନ୍ତି । ନିଜ ଘର ମଣ୍ଡଳକୁ ପହଞ୍ଚିବା ପରେ ପରିବାର ବନ୍ଧୁ ଶୁଭେଛୁ ଓ ଖବରକାଗଜ ପ୍ରତିନିଧି ଓ ସିର୍ଜିନା ସାହିତ୍ୟ ଓ ସାସ୍କୃତିକ ଅନୁଷ୍ଠାନ ପଦ୍ମପୁର ତରଫରୁ କବି ଆଶୁତୋଷ ଠାକୁରଙ୍କୁ ଫୁଲତୋଡ଼ା ଦେଇ ଶୁଭେଛା ଜଣାଇଥିଲେ । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ଆଗରୁ ସମ୍ମାନିତ ହୋଇଥିଲେ ମଧ୍ୟ ଏହି ବାଣୀପୁତ୍ର ସମ୍ମାନ ତାଙ୍କୁ ଆହୁରି ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।ଏହି ସବୁର ଶ୍ରେୟ କବି ଆଶୁତୋଷ ପାଠକ ମାନଙ୍କୁ ଦେଇଛନ୍ତି । କବି ଆଶୁତୋଷଙ୍କୁ ଶୁଭେଛା ର ସୁଅ ଛୁଟୁଛି ।