-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
24-Mar-2022
ସୁବର୍ଣ୍ଣପୁର/ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ର ଶତବର୍ଷ ପୂର୍ତ୍ତି ଉପଲକ୍ଷେ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଥିବା ଜିଲ୍ଲା ଗ୍ରନ୍ଥାଳୟରେ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନୀଲ ନରୱଣେ ଙ୍କ ସଭାପତିତ୍ବ କରି ବିଫଳତା ଓ ସଫଳତା ଉଭୟ ଭଗବାନ ଙ୍କ ଆଶୀର୍ବାଦ ସେଥିରେ ଭାଙ୍ଗି ନ ଯାଇ ଆଗକୁ ପ୍ରୟାସ ଜାରି ରଖିବା ଉଚିତ ବୋଲି ନିଜର ଛାତ୍ର ଜୀବନ ର କିଛି ଉଦାହରଣ ଦେଇଥିଲେ l ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ, ଐତିହାସିକ ଡଃ କେଦାରନାଥ ମିଶ୍ର , ଓଡ଼ିଶା ସାହିତ୍ୟ
ଏକାଡେମୀର ସଦସ୍ୟ ଅଧ୍ୟାପକ ଡଃ ଦେବାଶିଷ ପାଣ୍ଡିଆ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଦସ୍ୟ ଶ୍ରୀଯୁକ୍ତ ଶାଶ୍ୱତ ତ୍ରିପାଠୀ ଉପସ୍ଥିତ ଥିଲେ I ଡଃ ପାଣ୍ଡିଆ ସ୍ଵାଗତ ଅଭିଭାଷଣ ଦେଇଥିଲେ ଏବଂ ଜିଲ୍ଲା ଗ୍ରନ୍ଥାଳୟର ପାଠକ ପାଠିକା ମାନେ ଏହି ଅବସରରେ ନିଜ ନିଜର ମନ୍ତବ୍ୟ ରଖିଥିଲେ l ଶ୍ରୀ ତ୍ରିପାଠୀ ଗାନ୍ଧୀ ଙ୍କ ଓଡ଼ିଆ ଆଗମନ ସ୍ମୃତି ଚାରଣ କରିଥିଲେ I ଡଃ କେଦାରନାଥ ମିଶ୍ର ଗାନ୍ଧୀଜୀ ଙ୍କ ସ୍ମୃତି ଚାରଣ କରିବା ସହିତ ଗଙ୍ଗାଧର ଙ୍କ ସଂସ୍କାର ବାଦ, ଲାଲ ବାଲ ପାଲ ଙ୍କ ସ୍ୱରାଜ ବାଦ, ଓ ନିଜ ର ଅହିଂସା ବାଦ କୁ ସମନ୍ୱୟ ରଖି ଗାନ୍ଧିଜୀ ସ୍ୱାଧୀନତା ହାସଲ କରିଥିବା କହି ତତ୍କାଳୀନ ସମସାମୟିକ ସ୍ଥିତି ଏବଂ ସ୍ଵାଧୀନତା ସଂଗ୍ରାମରେ ଗାନ୍ଧୀଙ୍କ ଅନେକ ଭୂମିକା ଉପରେ ବିଶେଷ ଆଲୋକପାତ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ଗାନ୍ଧୀ ଙ୍କ ବଳିଷ୍ଠ ନେତୃତ୍ବରେ କିଭଳି ଭାବରେ ସମାଜରୁ ଛୁଆଁ ଅଛୁଆଁ ଭେଦଭାବ ଦୂର ହୋଇ ସାମଗ୍ରିକ ଭାବରେ ଭାରତୀୟ ସମାଜ ଏକତ୍ରୀତ ହୋଇ ସ୍ଵାଧୀନତା ଲାଭ କଲା ତାର ସ୍ମୃତି ମନ୍ଥନ କରି ଆଚରଣ ଓ ଉଚ୍ଚାରଣ ରେ ସମନ୍ୱୟ ପ୍ରତିଷ୍ଠା ହେଲେ ଗାନ୍ଧୀ ଙ୍କ ଭଳି ବ୍ୟକ୍ତିତ୍ୱ ପ୍ରତିଷ୍ଠା ହେବ ବୋଲି କହିଥିଲେ l ବର୍ତ୍ତମାନ ସମୟରେ ମଧ୍ୟ ଗାନ୍ଧୀବାଦ ର ପ୍ରାସଙ୍ଗିକତା ରହିଥିବା ଉଲ୍ଲେଖ କରି ଯୁବା ପିଢି ଙ୍କୁ ସେହି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଜ଼ିଲ୍ଲାପାଳ ଓ ସମସ୍ତ ଅତିଥି ଉଦବୋଧନ ଦେଇଥିଲେ l ଡେପୁଟି କଲେକ୍ଟର ଡଃ ଇପ୍ସିତI ପ୍ରିୟଦର୍ଶିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସଭାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ l ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଙ୍କ ସହିତ ସହର ର ଇଙ୍କଫେଷ୍ଟ, ସଂସ୍କାର ଭାରତୀ, ସ୍ୱଚ୍ଛ ଭାରତ, ମହାନଦୀ ସାହିତ୍ୟ ସଂସଦ, ବାପୁଜୀ କ୍ଳବ ର ବରିଷ୍ଠ କର୍ମକର୍ତ୍ତା, ନାଗରିକ ସମାଜର ଗାନ୍ଧୀପ୍ରେମୀ ବିଦ୍ଵାନ ମଣ୍ଡଳୀ ଓ ଗଣ ମାଧ୍ୟମର ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ l